ବିଜେପି ଛାଡି ବିଜେଡ଼ିରେ ଯୋଗ ଦେଲେ ଆର.ଉଦୟଗିରି ସରପଞ୍ଚ
ଆର.ଉଦୟଗିରି,(ଦେବାଶିଷ କାର୍ଜି) : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଗଜପତି ଷ୍ଟାଡିୟମଠାରେ ବିଜୁ ଯୁବଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସହ ସହ ସଂଖ୍ୟକ ଯୁବ ଛାତ୍ରଛାତ୍ରୀ ତଥା ବିଜେଡି କର୍ମୀ ଏଥିରେ ଯୋଗଦେଇ ବିଜେଡିର ସମର୍ଥନ ଓ ନାରାବାଜିରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଉଠିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ରାଜ୍ୟସ୍ତରୀୟ କର୍ମୀ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମାରୋହରେ ବିଜେପି ଦଳରେ ଥାଇ ସରପଞ୍ଚ ଭାବେ ବିଜୟୀ ଲାଭ କରିଥିବା ଆର.ଉଦୟଗିରି ସରପଞ୍ଚ ସଂଯୁକ୍ତା ପୂଜାରୀ ଆଜି ଏହି ସମ୍ମିଳନୀରେ ବିଜେପି ଛାଡି ଵିଜେଡି ଦଳରେ ଯୋଗଦେଇଛନ୍ତି ! ସେହିଭଳି ମହେନ୍ଦ୍ରଗଡ ଗ୍ରାମର ଜଣେ ବରିଷ୍ଠ କଂଗ୍ରେସ କର୍ମି ସନ୍ତୋଷ ପ୍ରଧାନୀ ମଧ୍ୟ ବିଜେଡି ଦଳରେ ଯୋଗ ଦାନ କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ସେ କଂଗ୍ରେସ ଦଳରୁ ହିଁ ସେ ନିଜର ରାଜନୀତି କେରିୟର ଆରମ୍ଭ କରିଥିଲେ ସୁଦ୍ଧା ସେ କଂଗ୍ରେସ ଛାଡି ବିଜେପି ଦଳରେ ଯୋଗଦାନ କରିଥିଲେ ଏବଂ ବର୍ତ୍ତମାନ ସମୟରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଯୁବ ସଭାପତି ଏସ ଲିଙ୍ଗରାଜ , ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ର ପୂର୍ବତନ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଆର.ଉଦୟଗିରି ବ୍ଲକ ସଭାପତି ଭିମ ପାଇକ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।