ବିଜେପି ଜିଲ୍ଲା କାର୍ଯ୍ୟାଳୟରେ କଳା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :-୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜ କ୍ଷମତାର ଦୁରୂପଯାଗ କରି ନିଜର ରାଜନୈତିକ ସୁରକ୍ଷା ପାଇଁ ଦେଶରେ ଆପାତକାଳ ଘୋଷଣା କରିଥିଲେ। ଫଳରେ ଲୋକଙ୍କ ନାଗରିକ ଅଧିକାର କାଢ଼ି ନିଆଯାଇଥିଲା, ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଥିଲା । ସରକାରଙ୍କ କାର୍ଯ୍ୟକଳାପକୁ ଯିଏ ବିରୋଧ କଲେ ତାଙ୍କୁ ଗିରଫ କରି  ଜେଲରେ ପୁରାଇ ଦିଆଗଲା, ସେବେଠାରୁ ଏହି ଦିନକୁ କଳାଦିବସ ରୂପରେ ଦେଶ ପାଳନ କରିଆସୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭାରତୀୟ ଜନତା ପାର୍ଟି ଏହାକୁ ପାଳନ କରିଛି । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି କଳାଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ସଞ୍ଚାଳନ କରିଥିଲେ। ଆପାତକାଳ ସମୟରେ ନିର୍ଯ୍ୟାତନାର ଶିକାର ହୋଇଥିବା ଶୁଭଙ୍କର ମହାପାତ୍ର ଓ ଯୋଗେନ ଚନ୍ଦ୍ର ରଣାଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ସେ ସମୟକାର ତାଙ୍କ ନିଜନିଜର ଅନୁଭୂତିର ସ୍ମୁତିଚାରଣ କରିଥିଲେ । ସମାରୋପ ଭାଷଣରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷମତା ଲିପ୍ସୁ ଇନ୍ଦିରା ଗାନ୍ଧୀ ଓ କଂଗ୍ରେସ ଦଳର ଆଭିମୁଖ୍ୟକୁ ତିବ୍ର ଭର୍ସନା କରିବା ସହିତ ସେ ସମୟରେ ସାଧାରଣ ଲୋକଙ୍କ ଉପରେ ପୋଲିସର ଅତ୍ୟାଚାର ବିଷୟରେ ମନେ ପକାଇଥିଲେ । ସେ ତାଙ୍କ ବକ୍ତବ୍ୟ ରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରି କହିଥିଲେ ଯେ ଆଗାମୀ ପିଢ଼ି ଯେମିତି ଗଣତନ୍ତ୍ରର ହତ୍ୟା, ନାଗରିକଙ୍କ ଅଧିକାର ହନନ,  ରାଜନୈତିକ ବିରୋଧୀଙ୍କୁ ନିପାତ କରିବାର କାଳଖଣ୍ଡକୁ ଭୁଲିନଯାଏ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୃଢ଼ ନେତୃତ୍ୱ ବଳରେ ଦେଶ ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ ବଳଶାଳୀ ହେବା ସହିତ ଗଣତାନ୍ତ୍ରିକ ପଦ୍ଧତି ପରିପୃଷ୍ଟ ହେବା ସହିତ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ଉପସଭାନେତ୍ରୀ କମଳା ବିନ୍ଧାଣି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ରଞ୍ଜିତ ପୃଷ୍ଟି, ସୁବୋଧ ଚନ୍ଦ୍ର ପଣ୍ଡା, ମମତା ମହାପାତ୍ର, ଶୈଲେନ୍ଦ୍ର ପ୍ରସାଦ ଦାଶ, ହୃଷୀକେଶ ପାତ୍ର, ସୋଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ଵର I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ