ବିଜେପି ଜିଲ୍ଲା ପରିଷଦ ପାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୫ଟି ଜିଲ୍ଲା ପରିଷଦ ସଭ୍ୟ ପଦବୀ ସକାଶେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ପାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ବ୍ଲକ ର ୧୪ ନମ୍ବର ଜୋନ ପାଇଁ ଜିଲ୍ଲା ପରିଷଦ ସଭ୍ୟ ପଦବୀ ସକାଶେ ପ୍ରଭାସିନୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୫ ନମ୍ବର ଜୋନ ପାଇଁ ସୁମନ୍ତ ଦାସ ନିଜ ନିଜ ନାମାଙ୍କନ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକର ୧୯ ନମ୍ବର ଜୋନ ପାଇଁ ସନ୍ତୋଷୀ ନାହାକ, ୨୦ ନମ୍ବର ଜୋନ ପାଇଁ ଏନ ଦୀନବନ୍ଧୁ ଓ ୨୧ ନମ୍ବର ଜୋନ ପାଇଁ ପ୍ରମିଳା ସେଠୀ ନିଜ ନିଜ ନାମାଙ୍କନ ପତ୍ର ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । ଏହା ସହିତ ୨୦ ନମ୍ବର ଜିଲ୍ଲା ପରିଷଦ ଜୋନ ନିମନ୍ତେ ଭାରତୀୟ ଜନତା ପାର୍ଟିର ସମର୍ଥକ ବି. ଶଙ୍କର ରେଡ୍ଡି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଏନ୍ ଦୀନବନ୍ଧୁ ଦଳୀୟ ଟିକଟ ଦାଖଲ କରିଥିବା ବେଳେ ବି. ଶଙ୍କର ଦଳୀୟ ଟିକଟ ଦାଖଲ କରିନଥିବା ଜଣାପଡିଛି ।