ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

ବ୍ରହ୍ମପୁର, (ଓ୍ୱାଇଏନ୍‌ଏସ୍‌): ବିଜେପି ପକ୍ଷରୁ ଗୋଳନ୍ଥରା ଠାରେ ପ୍ରବାସୀ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ  ପ୍ରଦାନ କରାଯାଉଛି । କୋରନାର ଭୟାବହତା ମଧ୍ୟରେ ଲକ୍ଷ, ଲକ୍ଷ ପ୍ରବାସୀ ଶ୍ରମିକ ରୋଜଗାର ହରାଇ ଲକ୍‌ ଡ଼ାଉନ୍‌ ଯୋଗୁଁ ଭୋକ ଉପାସରେ ଚାଲି ଚାଲି ,ସାଇକଲ ଓ ବସ୍‌ ଯୋଗେ ୧୬ ନଂ ଜାତୀୟ ରାଜପଥ ଦେଇ ନିଜ ରାଜ୍ୟ ଓ ଘରକୁ ଫେରୁଥିବା ଏବଂ ସେମାନଙ୍କ ଦୟନୀୟ ଅବସ୍ଥା ଦେଖି ଅନ୍ତତଃ ସେମାନଙ୍କ ଭୋକିଲା ପେଟକୁ ଅଳ୍ପ କିଛି ଆହାର ଯୋଗେଇ ଦେବା ନିମନ୍ତେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସ୍ଥାନୀୟ ଗୋଲାନ୍ଥରା ପାର୍ଟି କାର୍ଯ୍ୟାଳୟ ଠାରେ ପ୍ରତେକ ଦିନ ରନ୍ଧା ଖାଦ୍ୟ ପାର୍ଶଲ୍‌ ଯୋଗେ ସାମାଜିକ ଦୂରତା ବଜାୟ ରଖି , ମୁହଁରେ ମାସ୍କ ପିନ୍ଧି ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ବଣ୍ଟନ କରୁଛନ୍ତି । ଏଥିରେ ସୁଭାସିସ ସାହୁ, ଦୀପକ କୁମାର ଜେନା, ତ୍ରିପତି ଜେନା,ଶିବ ଗୌଡ଼, ଅଙ୍କିଟି ରେଡି, ସନାତନ ଗୌଡ଼, ଶିବ ସାଗର ପ୍ରଧାନ, ଶୁକ୍ଳାମ୍ବର ଜେନା, କୈଳାଷ ଗୌଡ଼ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ