୩ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଦୁଇ ବିଏସ୍‌ଏଫ୍‌ ଯବାନ ଶହୀଦ ହେବା ପରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍‌ରେ ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି ୩ ବ୍ୟକ୍ତି ନିକଟରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ସହିତ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ଗିରଫ ତିନି ଆତଙ୍କବାଦୀ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବୋଲି ଜଣାପଡିଛି । କୁପଓ୍ବାରାରେ ସର୍ଚ୍ଚ ଅପରେସନ୍‌ ସମୟରେ ଉତ୍ତର କାଶ୍ମୀରର ସୋଗମରୁ ତିନି ଆତଙ୍କୀଙ୍କୁ ଗିରଫ କରାଯାଇଥିବା ନେଇ କୁପଓ୍ବାରା ଏସ୍‌ଏସ୍‌ପି ଶ୍ରୀରାମ ଅମ୍ବାର୍କାର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ