ବିଜେପି ତରଫରୁ ଅସହାୟ ଓ ବିନା କାର୍ଡ ଧାରୀଙ୍କୁ ମାସ୍କ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍‌ଶ୍ୱାଳ): କରୋନା ସଂକ୍ରମଣକୁ ଲକ୍ଷ୍ୟ ରଖି ସରକାର ସମସ୍ତଙ୍କ ପାଇଁ ଲକ୍ ଡାଉନ୍ ଜାରି ରଖିଛନ୍ତି । ଯାହା ଫଳରେ ଅକର୍ମଣ୍ୟ, ଅସହାୟ,ପାଗଳାମି ପାଗଳି,ବିନା କାର୍ଡ ଧାରୀ , ଭୂମିହୀନ , ଦିନ ମଜୁରିଆ କାମଧନ୍ଦା ନ ପାଇ ଭୋକ ଉପବାସରେ ଦିନ କାଟୁଛନ୍ତି ।ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ।ରେସନ କାର୍ଡ ନ ଥିବାରୁ ଚାଉଳ ମୁଠେ ପାଉ ନାହାଁନ୍ତି । ଏସବୁ ଗରିବର ଅଲିଭା ଚିତ୍ରକୁ ଦେଖି ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକ ବିଜେପି ତରଫରୁ ବଡନାରାୟଣୀ ପଞ୍ଚାୟତରେ ଥିବା ଅସହାୟ,ବିନା କାର୍ଡ ଧାରୀ ଗରିବ ଶ୍ରେଣୀର ୨୦ ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ମାସ୍କ,ସାନିଟାଇଜେସନ, ଶୁଖୁଆ ଖାଦ୍ୟ (ଚାଉଳ,ଚୂଡା,ଚିନି,ଡାଲି) ବଣ୍ଟନ କରାଯାଇଥିଲା ।ଏଥିରେ ବିଜେପି ଯୁବ ନେତା ଫାଗୁ ମାରାଣ୍ଡି, ଜଗମୋହନ ଟୁଡୁ,ସୁନିଲ ସୟା, ରତିକାନ୍ତ ରାଉତ,ପାଇଲୁ,ରଥ ସିଂ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ