ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସୁବ୍ୟବସ୍ଥା 

ହିଞ୍ଜିଳିକାଟୁ, (ଓ୍ବାଇଏନ୍‌ଏସ୍‌):-ଓଡିଶା ଫେରନ୍ତାଙ୍କ ପାଇଁ ହିଞ୍ଜିଳି ବ୍ଲକ ଖରିଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରୀ ମାର୍ଗ ଦର୍ଶିକା ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରୀ ମାର୍ଗଦର୍ଶିକା ଅନୁସାରେ ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଠାରେ ଥିବା ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉଚ୍ଚ ବିଦ୍ୟାଳୟ, ଖରିଡ଼ାରେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି।ଗତ ୫ ତାରିଖରେ ଏଠାରେ ଅବସ୍ଥାନ କରୁଥିବା ୧୮ଜଣ ପ୍ରବାସୀଙ୍କୁ ବ୍ୟକ୍ତିଗତ ନିତ୍ୟ ବ୍ୟବହାର୍ଯ୍ୟ କିଟ ପ୍ରଦାନ କରାଯାଇଛି।ଏହି କିଟରେ ଦାନ୍ତ ଘଷା ବ୍ରସ, ପେଷ୍ଟ, ଜିଭଛେଲା, ସାବୁନ, ତେଲ, ପାଣି ବୋତଲ, ଖାଇବା ପ୍ଲେଟ, ନଡ଼ିଆ ତେଲ, ବେଡ଼ ସିଟ, ମାସ୍କ, ସାନିଟାରୀ ପ୍ୟାଡ଼, ମଗ ଓ ବାଲତି ପ୍ରଦାନ କରାଯାଇଛି। ପ୍ରତ୍ୟେକ ଅନ୍ତେବାସୀଙ୍କ ଖାଦ୍ୟପେୟ ଅନୁସାରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ଦିଆଯାଉ ଥିବା ବେଳେ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ମଧ୍ୟ ସୁବ୍ୟବସ୍ଥିତ କରାଯାଇଛି। ଅନ୍ତେବାସୀ ମାନେ ମାସ୍କ ଏବଂ ସାମାଜିକ ଦୂରତା ଅନୁପାଳନ କରି ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ଧରି ଖୁସିବାସରେ ରହିବା ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ପୃଥକ ବାସ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରତି ନୋଡାଲ ଅଧିକାରୀ ଓ ନିୟୋଜିତ ଟିମ ବିଶେଷ ଦୃଷ୍ଟି ଦେଉଛନ୍ତି। ଜିଲ୍ଲାପାଳ ତଥା ସରପଞ୍ଚ ରଘୁନାଥ ବେହେରା , ଜିଆରଏସ ଶ୍ରୀକାନ୍ତ ପଣ୍ଡା, ଶିକ୍ଷକ ଅଜିତ ସାହୁ, ଏ ଏନ ଏମ୍, ଅଙ୍ଗନବାଡି, ସହାୟିକା ଓ ଟିମ ସଦସ୍ୟ ଉପସ୍ଥିତ ରହି ଅନ୍ତେବାସୀ ଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ପ୍ରତି ସତର୍କ ଓ ସଜାଗ ରହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ