ବିଜେପି ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ : ପୌର ନିର୍ବାଚନ ପାଇଁ ସଙ୍ଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

ବାଲେଶ୍ୱର, (ସରୋଜ ପଣ୍ଡା): ବିଜେପି ବାଲେଶ୍ୱର ନଗର ମଣ୍ଡଳ କମିଟି କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ଚତ୍ତରଞ୍ଜନ ପଣ୍ଡାଙ୍କ ପୌରହିତ୍ୱରେ ଆୟୋଜିତ ଏହି ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜିଲା ସଭାପତି ଉମାକାନ୍ତ ମାହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ପର୍ଶୁରାମ ବେହେରା ଓ ସଦସ୍ୟା ଶୋଭନା ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ପ୍ରମୁଖ ଯୋଗଦେଇ ନଗରମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ସାଙ୍ଗଠନିକ ଦୃଢ଼ତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ବୁଥସ୍ତରୀୟ କମିଟି କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ଜିଲାସ୍ତରୀୟ ନେତୃବୃନ୍ଦ ଏହି ଅଭିଯାନ ସାମିଲ ପାଇଁ ସେମାନେ ପରାମର୍ଶ ଦେଇଥିଲେ । ଆଗାମୀ ପୌର ନିର୍ବାଚନରେ ରାଜ୍ୟ ସରକାରଙ୍କ ଦୀର୍ଘ ୨୧ବର୍ଷର କୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସାଂସଦ ସମସ୍ତଙ୍କୁ କହିଥିଲେ । ନଗର ଓବିସି ମୋର୍ଚ୍ଚା ସଭାପତି ସର୍ବେଶ୍ୱର ପାତ୍ର ବାଲେଶ୍ୱର ସହରରେ ପାନୀୟ ଜଳ ସମସ୍ୟା, ପରିମଳ ବ୍ୟବସ୍ଥା, ଜଳ ନିଷ୍କାସନ, ଆଇନ ଶୃଙ୍ଖଳା ଓ ଗମନାଗମନ ସମ୍ପର୍କରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ପ୍ରାରମ୍ଭରେ ଦିବଂଗତ ଯୁବମୋର୍ଚ୍ଚା ଜିଲା ପ୍ରଭାରୀ ରଞ୍ଜିିତ ପ୍ରଧାନ, ବେଣୁ ମାଧବ ପଣ୍ଡା, ସାବିତ୍ରୀ ପଣ୍ଡା, ସୁଜାତା ରାଣୀ ଦାସ ଓ ଶୁଭମ ପଣ୍ଡାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା ଓ ଶାନ୍ତି ପାଠ କରାଯାଇଥିଲା । ଏହି ଅବସରରେ ଦଳର ବୟୋଜ୍ୟେଷ୍ଠ ନେତା କଲ୍ୟାଣ ରାୟ ମହାଶୟ, ମିହିର ବାରିକ, ସୀତା ମୁର୍ମୁ, ନାରାୟଣ ଦତ୍ତ, ଭଗବାନ ଗୁପ୍ତାଙ୍କ ସମେତ ସମାଜ ସେବୀ ଅଞ୍ଜୁ ସରାଓଗିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ଜିଲା ଉପ-ସଭାପତି କମଳ ଲୋଚନ ଦାସ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସମ୍ପାଦକ ବିଭୂପଦ ଦାସ, ସମ୍ପାଦିକା ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା, ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ପ୍ରମୁଖ ଏହି ବୈଠକରେ ମଞ୍ଚାସୀନ ଥିଲେ । ବାଲେଶ୍ୱର ନଗରମଣ୍ଡଳର ୩୧ଗୋଟି ୱାର୍ଡ଼ର କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ । ପଙ୍କଜ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ