ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):୨୦୨୪ ସାଧାରଣ ନିର୍ବାଚନ ପରିଚାଳନା କରିବା ପାଇଁ ଆଜି ବାଲେଶ୍ବର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟାଳୟ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରୟାଲ କୁଇନ୍ ହୋଟେଲ ପରିସରରେ ଏହି ନିର୍ବାଚନୀ କାର୍ଯ୍ୟାଳୟ ପରିଚାଳିତ ହେବ। ବୈଦିକ ମତରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମାପନ ପୂର୍ବକ ଏହା କରାଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଲୋକସଭା ପ୍ରଭାରୀ ଆଶୁତୋଷ ପରିଡ଼ା, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ଶୋଭନା ମହାନ୍ତି, ସୁଷମା ବିଶ୍ବାଳ, ସିପ୍ରାରେଖା ମହାପାତ୍ର, ସସ୍ମିତା ପଣ୍ଡା, ପାର୍ବତୀ ମାଝୀ, ଜୁବଲୀ ମହାନ୍ତି, ତରୁଲତା ମହାନ୍ତି, ମମତା ମହାପାତ୍ର, ରବୀନ୍ଦ୍ର ଜୈନ, ମହୁଆ ପ୍ରଧାନ, ସୁସ୍ମିତା ଚାନ୍ଦ, ଚିତ୍ତରଞ୍ଜନ ପଣ୍ଡା, ଶୁଶାନ୍ତ ବେରା, କ୍ରୀଷ୍ଣା ସାହା, ପ୍ରଶାନ୍ତି ପଣ୍ଡା ଓ ଲୋକସଭା ବିସ୍ତାରକ ସରୋଜ ସ୍ବାଇଁ, କାର୍ତ୍ତିକ ଚନ୍ଦ୍ର ଗିରୀ, ତ୍ରିଭୁବନ ଦାସ, ନାରାୟଣ ମହନ୍ତ, ଲକ୍ଷ୍ମୀକାନ୍ତ ବେହେରା, ବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ


