ବିଜେପି ପକ୍ଷରୁ କେନ୍ଦ୍ରାପଡାରେ ଗାନ୍ଧୀ ସଙ୍କଳ୍ପ ଯାତ୍ରା
କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡାରେ ଗାନ୍ଧି ସଙ୍କଳ୍ପ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୧୦ଟା ସମୟରେ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଚର୍ତୁପାଶ୍ୱର୍ରେ ସଫେଇ କରାଯିବା ସହିତ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର,ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହାପରେ ପୁରୁଣା ବସଷ୍ଟାଣ୍ଡରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ,ସ୍ୱଛତା ଓ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା ବାହାରି ସ୍ଳୋଗାନ ଦେଇ ବାଟରେ ପ୍ରଚାରପତ୍ର ଲୋକଙ୍କୁ ବାଂଟି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଲୋକମାନଙ୍କୁ ବୁଝାଇଥିଲେ । ଶୋଭାଯାତ୍ରା ତିନିମୁହାଣି ଠାରେ ପହଁଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜେପିର ନେତୃମଣ୍ଡଳି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଗୁରୁତ୍ୱ ପ୍ରଦାନ କରିଥିବା ସ୍ୱଛତା,ଜଳସଂରକ୍ଷଣ ଏବଂ ଥରେ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କାର୍ଯ୍ୟକ୍ରମକୁ ଗ୍ରାମାଂଚଳରେ ଲୋକମାନଙ୍କୁ ବ୍ୟାପକ ସଚେତନ କରାଯିବା ପାଇଁ ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ମହାକାଳପଡା ବିଧାନସଭା ପ୍ରାର୍ଥୀ ବିଜୟ ପ୍ରଧାନ, ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ନାୟକ, ସୁକାନ୍ତବ ଦ୍ୱିବେଦୀ, କିଶୋର ପଣ୍ଡା, ଗଗନବିହାରୀ ସାହୁ, ଦିଲ୍ଲିପ ଦାଶ, ମିଡିଆ ସଂଯୋଜକ ମନୋଜ କୁମାର ଦାଶ, ଶଶାଙ୍କ ସେଠୀ, ଅଭିମନ୍ୟୁ ଗୋଛାୟତ, ଲକ୍ଷ୍ମଣ ସାହୁ,ମହେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ଏକହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା, ମହିଳା ଓ ଯୁବକମାନେ ଯୋଗଦେଇଥିଲେ ।