ବିଜେପି ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ କୁଶପୁତଳିକା ପୋଡି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସହରର ତିନିମୁହାଣି ଛକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତଳିକାକୁ ରବିବାର ସନ୍ଧ୍ୟାରେ ଦାହ କରାଯାଇଥିବା ଦେଖିବାକୁ ମିଳିଛି । ନାରୀ ନିର୍ଯ୍ୟାତନାରେ ସାଂସଦ ଶ୍ରୀ ମହାନ୍ତି ନିଜେ ସଂପୃକ୍ତ ଥିବାରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନତୁବା ତାଙ୍କୁ ସାଂସଦ ପଦରୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ଗ୍ରହଣକରନ୍ତୁ ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ଦାବି କରିଛି । ସାଂସଦ ଶ୍ରୀ ମହାନ୍ତିଙ୍କ ପତ୍ନୀ ବର୍ଷାଙ୍କ ପକ୍ଷରୁ କଟକ ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ତାଙ୍କୁ ତାଙ୍କ ସ୍ୱାମୀ ଅନୁଭବ ମଦ୍ୟପାନକରି ମାଡମାରିବା ଓ ନିର୍ଯ୍ୟାତନା ଦେଉଥିବା ସମ୍ପର୍କରେ ଅଭିଯୋଗ କରି ଏକ ମାମଲା ଦାୟର କରିବା ପରେ ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ପାଇଁ ଏକ ଆଦର୍ଶ ହୋଇଥିବା ସାଂସଦ ଶ୍ରୀ ମହାନ୍ତିଙ୍କ ଦ୍ୱାରା ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି କହିଛି । ମା’କୁ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ସାଂସଦ କିପରି ତାଙ୍କ ପତ୍ନୀଙ୍କୁ ସମ୍ମାନ ଦେଇଛନ୍ତି ତାହା ବିଚାର କରନ୍ତୁ ବୋଲି ବିଜେପି କହିଛି । ସାଂସଦଙ୍କ ଏଭଳି ଆଚରଣ ଦ୍ୱାରା କେବଳ ସେ ନିଜେ ବଦନାମ ହୋଇନାହାନ୍ତି ବରଂ କେନ୍ଦ୍ରାପଡା ଜିଲ୍ଲା ଓ ସାରା ରାଜ୍ୟ ବଦନାମ ହୋଇଛି । ତେଣୁ ଏଭଳି ସାଂସଦଙ୍କୁ ଦଳରୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ସନ୍ଧ୍ୟାରେ ତିନିମୁହାଣି ଛକରେ ବିଜେପି ପକ୍ଷରୁ ସାଂସଦ ଶ୍ରୀ ମହାନ୍ତିଙ୍କ କୁଶ ପୁତଳିକାକୁ ମହିଳାମାନେ ଚପଲରେ ପିଟିବା ସହ ସେଥିରେ ଅଗ୍ନି ସଂଯୋଗ କରି ପୋଡିଥିବା ଦେଖିବାକୁ ମିଳିଛି । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ଡଃ.କଳ୍ପନା ମଲ୍ଲିକ, ସୁମିତ୍ରା ସାମଲ, ନିଳିମା ପାତ୍ର, ରଶ୍ମିରେଖା ଦାସ, ମାଳତୀ ମହାନ୍ତି, ଇନ୍ଦୁମତୀ ସାମଲ, ସୂର୍ଣ୍ଣଲତା ପଣ୍ଡା, ମାତା ନାୟକ, ସୁପ୍ରଭା ପରିଡା ପ୍ରମୁଖ କୁଶ ପୁତଳିକାକୁ ଚପଲ ମାରିବା ସହିତ ଦାହ କରିଥିଲେ । ନାରୀଜାତିକୁ ଅସମ୍ମାନ କରିଥିବା ନିର୍ଲଜ ସାଂସଦଙ୍କୁ କେନ୍ଦ୍ରାପଡାରେ ସ୍ଥାନ ନାହିଁ, ଏହା କେନ୍ଦ୍ରାପଡା ପାଇଁ ଲଜ୍ୟା ବୋଲି ନାରାବାଜି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନାକର ବେହେରା, ଉପିନ ରାଉତ, ଅଭିମନ୍ୟୁ ଗୋଛାୟତ, ନେହେରୁ ସାହୁ, ଉମାକାନ୍ତ ନାୟକ, କମଳାକାନ୍ତ ଦାସ, ମୁକ୍ତିକାନ୍ତ ସ୍ୱାଇଁ, ସୁଦାମ ମଳିକ, ରବିନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ