ବିଜେପି ପକ୍ଷରୁ ବ୍ଲକ ଘେରାଉ

ନିମାପଡା, (ସନ୍ତୋଷ ଦାଶ):ବିଜେଡ଼ି ସରକାର “ଆମ ଓଡିଶା ନବୀନ ଓଡିଶା” ନାମରେ ଏକ ଯୋଜନା ପ୍ରଣୟନ କରି ଶାସକ ଦଳ ଛାମୁଆଁ ନେତା ଙ୍କୁ ନିର୍ବାଚନ ଖର୍ଚ୍ଚ ପ୍ରଦାନ କରିବାକୁ ବାଟ କରିଛି ବୋଲି ଆଜି ନିମାପଡ଼ା ବ୍ଲକ ଘେରାଉ ପୂର୍ବରୁ ବିଜେପି ନେତା ମାନେ ଭାଷଣ ଦେଇ ଅଭିଯୋଗ କରିଥିଲେ। ନିମାପଡାରେ ବିଜେଡିର ୧୫ବର୍ଷର ଶାସନ କାଳରେ ଅନେକ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଛି।ପ୍ରତ୍ୟେକ ଗ୍ରାମପଞ୍ଚାୟତ ଓ ବ୍ଲକ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଚାଲିଛି।ଏ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ ଏହା ହେଉଛି ସାଧାରଣ ଜନତାଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ବିଜେପିର ବରିଷ୍ଠ ନେତା ଗୋଲକ ନାୟକ ତାଙ୍କ ଭାଷଣରେ କହିଥିଲେ। ନିମାପଡା ବିଧାୟକ ଙ୍କ ନାମରେ ଯୌନ ନିର୍ଯାତନାର ଅଭିଯୋଗ ସହିତ ସାଥିରେ ଗୁଣ୍ଡା ମାନଙ୍କୁ ଧରି ବୁଲିବା ଏବଂ ଅନେକ ଅପରାଧିକ ମାମଲାରେ ଜଡିତ ରହିବା ସତ୍ୱେ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହିଁ।ଯାହା ଫଳରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଜନତା ସତ୍ୟର ସାଥି ହୋଇ ବିଜେପି କୁ ଭୋଟ ଦେଇ ବିଜେଡି ଆଉ ସମୀର ଙ୍କୁ କୁଶଭଦ୍ରା ନଦୀକୁ ଫୋଫାଡ଼ି ଦେବେ ବୋଲି କହିଥିଲେ।ଏହି ଘେରାଉ କାର୍ଯ୍ୟକ୍ରମ ରେ ବିଜେପି ନେତ୍ରୀ ପ୍ରଭାତୀ ପରିଡା, ଯୁବନେତା ଦିଲ୍ଲୀପ ନାୟକ,ଜିଲ୍ଲା ପରିଷଦ ପ୍ରମୋଦ ରାୟଙ୍କ ସହିତ ଶତାଧିକ କର୍ମୀ ଯୋଗ ଦେଇ ନିମାପଡାର ନୂଆ ବସଷ୍ଟାଣ୍ଡରୁ ଏକ ବିଶାଳ ପଟୁଆରରେ ବ୍ଲକ ଛକ ଯାଏ ଆସି ବ୍ଲକ ଘେରାଉ କରିବା ସହିତ ଗେଟକୁ ଭାଙ୍ଗି ବ୍ଲକ ଭିତରକୁ ଧସେଇ ପଶିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ