ବିଜେପି ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ତିରୋଧାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବିଜେପି ପକ୍ଷରୁ ଜନସଂଘର ପ୍ରତିଷ୍ଠାତା, ମହାନ ଶିକ୍ଷାବିତ ତଥା ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଜେଲରୋଡ଼ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାନ ନେତାଙ୍କୁ ମନେ ପକାଇବା ସହ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାକୁ ଶପଥ ନେଇଛନ୍ତି । ସ୍ୱାଧୀନତା ପରଠାରୁ ଭାରତୀୟ ଜାତୀୟତା ଭାବର ଉଦ୍ରେକ କରିବା ଏବଂ ରାଷ୍ଟୀୟ ଏକତା ତଥା ଅଖଣ୍ଡତା ବଜାୟ ରଖିବାରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ସର୍ବାଗ୍ରେ ବୋଲି ବକ୍ତମାନେ କହିଥିଲେ । ତାଙ୍କ ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ଚିହ୍ନ ଛାଡିଯାଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ବଙ୍ଗ ବିଭାଜନ ବେଳେ ଭାରତର ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପାଇଁ ସେ ଥିଲେ ଜଣେ ସଫଳ ସଂଗ୍ରାମର ଧ୍ୱଜାଧାରୀ । ତାଙ୍କର ବଳିଦାନ ଭାରତୀୟଙ୍କୁ ସର୍ବଦା ଉଦବୁଧ କରୁଥିବ ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ ଦତ୍ତଙ୍କ ସମେତ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, କାଉନସିଲର ସସ୍ମିତା ନାଥ, ସରପଞ୍ଚ ସୁସ୍ମିତା ଦାସ, ସମିତିସଭ୍ୟା ହରମଣି ବେହେରା, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ରାଜେନ୍ଦ୍ର ଚାଟାର୍ଜୀ, ପ୍ରବୀର ଶଙ୍କର ଦାଶ, ରଞ୍ଜନ ଦତ୍ତ, ସୁସ୍ମିତା ଶୁକ୍ଳା, ଗୌତମ ଦାସ, କଣ୍ଣ ସାନ୍ତରା, ମାଣିକଲା ଜେନା, ବିନାୟକ ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚପଡା ପଞ୍ଚୟତରେ ଅୟୋଜିତ ବଳିଦାନ ଦିବସରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ