କୃଷି ମହାବିଦ୍ୟାଳୟ-ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିକୁ ଜିଲ୍ଲା ପରିଷଦ ବୈଠକରେ ସମର୍ଥନକୁ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି କ୍ରମଶଃ ଜୋର ଧରୁଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର କୃଷି ବୈଜ୍ଞାନିକ, ବୁଦ୍ଧିଜୀବୀ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନକୁ ବାଲେଶ୍ୱର ଜିଲ୍ଲା ପରିଷଦ ବୈଠକରେ ସମର୍ଥନ ମିଳିବାକୁ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତି କର୍ମକର୍ତ୍ତାମାନେ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ସର୍କିଟ ହାଉସରେ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ କ୍ରିୟାନୁଷ୍ଠାନ ସମିତିର ଆବାହକ ଡ. ପଣ୍ଡା ଓ ହରନାରାୟଣ ମଢ଼ୁଆଳ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସାକ୍ଷାତ ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାବାସୀଙ୍କ ଦାବି ସମ୍ପର୍କରେ କୃଷିମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କ୍ରିୟାନୁଷ୍ଠାନ ସମିତି ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ ଜିଲ୍ଲାରେ ଏହା କୃଷି ତଥା କୃଷକର ବିକାଶରେ ସହାୟକ ହେବ ବୋଲି ସମିତି କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ