ବିଜେପି ପକ୍ଷରୁ ହିିଞ୍ଜିଳିକାଟୁରେ କମଳଜ୍ୟୋତି ସଂକଳ୍ପ କାର୍ଯ୍ୟକ୍ରମ

ହିିଳିକାଟୁ (ଜୁଗାବ୍ଦ ନ୍ୟୁଜ୍‍):ଭାରତୀୟ ଜନତା ପାର୍ଟି ପକ୍ଷରୁ ହିିଞ୍ଜିଳି ବିଧାନସଭା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳର ବହୁ ୱାର୍ଡ଼ରେ କମଳ ଜ୍ୟୋତି ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଟ ବିଜେପି ନେତା ପ୍ରଭାକର ଦାସଙ୍କ ନେତୃତ୍ୱରେ କେନ୍ଦ୍ର ସରକାରାଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା ଶତାଧିକ ଲାଭାର୍ଥୀ ମହିଳା ସ୍ଥାନୀୟ ପୌରାଞ୍ଚଳର ଶଶିଭୂଷଣରଥ ମାର୍ଗରେ ଏକତ୍ରିତ ହୋଇଥିଲେ । ଉପସ୍ଥିତ ମହିଳା ପଦ୍ମଫୁଲ ରଙ୍ଗୋଲି ତିଆରି କରି ଉକ୍ତ ରଙ୍ଗୋଲି ଉପରେ ଦୀପାବଳି ଦିନ ପରି କମଳ ଦୀପାବଳି ଉତ୍ସବ ପାଳନ କରି ପୁଣି ଥରେ ମୋଦି ସରକାର – କେନ୍ଦ୍ର ଓ ରାଜ୍ୟରେ ପୁଣି ବିଜେପି ସରକାର ନାରା ଦେଇ ଭୃକମ୍ପନ ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ପୂବର୍ତନ ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଉଦ୍ବୋଧନ ଦେବା ସହ ପୁଣି କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ସମସ୍ତଙ୍କୁ ସଂକଳ୍ପ କରାଇଥିଲେ । ସେହିପରି ସ୍ଥାନୀୟ ପୌରାଂଚଳ ବ୍ଳକ କଲୋନୀ ଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ପୌରାଂଚଳ ସଭାପତି ମାଧବ ଗୌଡ଼, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ, ସ୍ଥାନୀୟ ବ୍ଳକ ସିକିରି ଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନଗର ବିଜେପି ସାଧାରଣ ସମ୍ପାଦପ ଭୂବନେଶ୍ୱର ନାହାକ, କଞ୍ଚୁରୁ ଠାରେ ବିଜେପି ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ପିତଳ ଗ୍ରାମଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରବ୍ୟାପି ମୋ ବୁଥ ସବୁଠୁ ମଜବୁଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ