ବିଜେପି ପ୍ରାର୍ଥିନୀଙ୍କ ପ୍ରଚାର ଜୋର ଧରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର କାଶୀନଗର ବ୍ଲକର ଜୋନଂ ୧ରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପ୍ରଚାର ଜୋର ଧରିଥିବା ଦେଖା ଦେଇଛି । ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ ଏଠାକାର ଜୋନ ନଂ ୧ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଏ.ସାଇଲଜାଙ୍କ ସପକ୍ଷରେ କାଶୀନଗର ବ୍ଲକର ବୁଦୁରା ଗ୍ରାମରେ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମକୁ ନେଇ ସାଧାରଣରେ ପ୍ରଚାର କରି ବିଜେପି ପ୍ରାର୍ଥିନୀଙ୍କୁ ଜୟଯୁକ୍ତ କରିବା ପାଇଁ ଶ୍ରୀ ରାଓ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ