ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ମୃତ

ବାଲେଶ୍ୱର, (ସରୋଜ ପଣ୍ଡା) :-୧୬ ନଂର ଜାତୀୟ ରାଜପଥର ଖନ୍ତାପଡ଼ାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ବ୍ୟକ୍ତି ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରୁ ଡବ୍ଲ୍ୟୁବି-୨୯ଏ/୮୮୬୭ ନଂର ଏକ ଆମ୍ବୁଲାନ୍ସ ଗତକାଲି ରାତିରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ଆମ୍ବୁଲାନ୍ସ ଟି ସକାଳ ପ୍ରାୟ ୭ଟା ବେଳେ ଖନ୍ତାପଡ଼ାର ଦାଣ୍ଡକାଳୀ ମନ୍ଦିର ଅତିକ୍ରମ କରୁଥିବା ବେଳେ କୌଣସି କାରଣରୁ ହଠାତ ଭାରସାମ୍ୟ ହରାଇଥିଲା । ଅଧିକ ବେଗରେ ଥାଇ ମଧ୍ୟ ଆମ୍ବୁଲାନ୍ସଟି ଡିଭାଇଡର ଡେଇଁ ବାଲେଶ୍ୱରରୁ ଆସୁଥିବା ଏନଏଲ-୨କେ/୫୪୩୭ ନଂର ଏକ ବଡ଼ ଟ୍ରକ (ଟ୍ରଲର)କୁ ମୁହାଁମୁହିଁ ଧକ୍କା ଦେଇଥିଲା ।ଏହି ଦୁର୍ଘଟଣାରେ ଆମ୍ଭୁଲାନ୍ସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏହାର ଡ୍ରାଇଭର ମୃତ୍ୟୁ ବରଣ କରିଛି । ଅନ୍ୟପକ୍ଷରେ ଟ୍ରଲରଟି ପାଶ୍ୱର୍ସ୍ଥ ଦୋକାନଗୁଡ଼ିକ ଉପରେ ଚଢ଼ି ଯାଇଥିଲା । ଏହାର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ