ବିଜେପି ବାଲେଶ୍ଵର ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ରାଣୀପାଟଣା ସ୍ଥିତ ଆମନ୍ତ୍ରଣ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ,କମଳାକାନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ସୀତାକାନ୍ତ ସ୍ୱାଇଁ , ବିଜୟ ପାଣିଗ୍ରାହୀ, ଦୁକୁଲ୍ ଘଡେଇ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ସର୍ବେଶ୍ଵର ପାତ୍ର, ସତ୍ୟ ଶିବ ଦାଶ , କାଉନସିଲର ବୃନ୍ଦ , ସମସ୍ତ ପଦାଧିକାରୀ , ଓ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀରେ ବହୁବିଧ ଲୋକାଭିମୁଖୀ ଯୋଜନା ଓ ଜଣେ ଓଡ଼ିଆ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିଥିବାରୁ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଏହା ସହିତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ କାର୍ଯ୍ୟର ବିବରଣୀ ପାଠ କରିବା ସହ ସାଂସଦଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ନଗରର ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରି ଆଜିର କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା


