ବିଜେପି ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ପକ୍ଷରୁ ୧୫ନମ୍ବର ଜୋନର ବ୍ରାହ୍ମଣୀ ମଣ୍ଡଳର ନବ ନିର୍ବାଚିତ ମଣ୍ଡଳ ସଭାପତି ଦିଲ୍ଲିପ କୁମାର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଅଳପୁଆସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଜିଲ୍ଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିର୍ବାଚିତ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ନେତୃତ୍ୱରେ ମଣ୍ଡଳର ତୃଣମୂଳ ସ୍ତରରେ କାର୍ଯ୍ୟର ବିସ୍ତାର ହେବା ସହ ଦଳର ସଂଗଠନ ଆହୁରି ମଜଭୁତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସଭାରେ ରାଜ୍ୟ ସ୍ଥାଇ ନିମନ୍ତ୍ରିତ ସଭ୍ୟ ସୁନାକର ବେହରୋ, ଜିଲ୍ଲା ଆଇ.ଟି.ସଂଯୋଜକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମହିଳା ସଭାନେତ୍ରୀ କାନନବାଳା ଦାସ, ଜିଲ୍ଲା ସମ୍ପାଦକ ନେହେରୁ କୁମାର ସାହୁ, ଜୋନ ପ୍ରଭାରୀ ସୁନାକର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅଳପୁଆ ପଂଚାୟତ ପ୍ରମୁଖ ପ୍ରିୟବତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶକ୍ତିରଞ୍ଜନ ବିଶ୍ୱାଳ, ଅରଶିଷ ରାଉତ, ସୁଶାନ୍ତ ବାରିକ, ସୈାମ୍ୟରଞ୍ଜନ ପରିଡା, ଶୁସାନ୍ତ ମଳିକ, ଦେବେନ୍ଦ୍ର ମହାପାତ୍ର, ସୁବାଷ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ନଳିନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


