ପୋଟଲାମପୁର ପଞ୍ଚାୟତରେ କୋରନା ସଚେତନତା କରିଲେ ବିଜେଡି କର୍ମୀ
ଛତ୍ରପୁର,(ଦେବଦତ୍ତ ମହାରଣା): ପୋଟଲାମପୁର ପଞ୍ଚାୟତରେ ମାସ୍କ ବାଣ୍ଟି କୋରନା ଜନ ସଚେତନତା କରିଲେ ବିଜେଡି ନେତା ଓ କର୍ମୀ ମାନେ ଛତ୍ରପୁର ୧୮/୧୦ ଓଡିଶା ର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଓ ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଟଲାମପୁର ପଞ୍ଚାୟତର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡି, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବନେତା ଶମ୍ଭୁ ସ୍ୱାଇଁ, ରମେଶ ବାରିକ, ସୁକାନ୍ତ ନାହାକ ଓ ସ୍ଥାନୀୟ ନେତା ଓ କର୍ମୀ ମାନେ ଜନସାଧାରଣଙ୍କୁ ପଞ୍ଚସୁତ୍ରୀ ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ସଚେତନତା କରିଛନ୍ତି |


