ବିଜେପି ମହିଳା ମୋର୍ଚ୍ଚା ଟିମର ଯୈାନକିଳଙ୍କାରୀ ତଦନ୍ତ ପାଇଁ ଲୁଥେରାନ ମହିଳା ସମିତି ଗସ୍ତ

ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିକଲା ବିଜେପି ମହିଳା ମୋର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ ଅଧିନ ପାଟଳିପଙ୍କ ଲୁଥେରାନ ମହିଳା ସମିତିର ଜନୈକ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ପରେ ପିଡିତାଙ୍କର ଏକ ଶିଶୁପୁତ୍ର ଜନ୍ମ ହେବା ନେଇ ଅଭିଯୋଗ ପାଇବା ପରେ ସେହି ଘଟଣାର ତଦନ୍ତ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗତ ସୋମବାର ସେଠାରେ ପହଁଚି ଥିଲେ । ଆୟୋଗର ଅଧ୍ୟକ୍ଷା ଲୁଥେରାନରେ ପହଁଚିବା ପରେ ସେଠାରେ ଚାଲିଥିବା ସ୍ୱାଧାର ଗୃହ, ଶିଶୁ ଯତ୍ନ ଗୃହ ଓ ଜରାନିବାସ ବୁଲି ଦେଖିବା ପରେ ସେଠାରେ ରହୁଥିବା ଅସହାୟ ମହିଳା, ଶିଶୁ, ବୃଦ୍ଧ/ବୃଦ୍ଧାମାନଙ୍କ ସମ୍ପର୍କରେ ପଚାରି ବୁଝିବା ସହ ଅନ୍ତେବାସୀଙ୍କ ଠାରୁ ବୟାନ ନେଇଥିଲେ । ଏଥିସହ ବହୁ ଅବ୍ୟବସ୍ଥା ମଧ୍ୟରେ ସେସବୁ ପ୍ରକଳ୍ପ ଚାଲୁଥିବା ଓ ଅସୁରକ୍ଷିତ ଭାବରେ ଅନ୍ତେବାସୀମାନେ ରହୁଥିବା ଅନୁଭବ କରି ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ସୁପାରିଶ କରିବେ ବୋଲି କହିଥିଲେ ଆୟୋଗର ଅଧ୍ୟକ୍ଷା । ସେଠାରେ ଥିବା କର୍ମଚାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ସମାଜକଲ୍ୟାଣ ବିଭାଗ ସଠିକ ଭାବେ କାମକରୁନଥିବା ସେ କହିଥିଲେ । ତେବେ ସେହି ଘଟଣାକୁ ଗୁରୁତ୍ୱରସହ ଗ୍ରହଣ କରି କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ପାଟଳିପଙ୍କସ୍ଥିତ ଲୁଥେରାନରେ ପହଁଚି ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ । ତେବେ ପିଡିତାଙ୍କ ଅଭିଯୋଗ ରୁଜୁ କରିବା ପରେ ଅଦ୍ୟାବଧି ସମିତିର ସଭାପତି ପ୍ରମିଳା ତ୍ରିପାଠୀ ଏବଂ ତାଙ୍କ ଭାଇ ଅଭିଯୁକ୍ତ ଜଗନ୍ନାଥ ତ୍ରିପାଠୀଙ୍କୁ କାହିଁକି ଗିରଫ କରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏନେଇ ପ୍ରତିନିଧର ମଣ୍ଡଳୀ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଆଲୋଚନା କରିବା ସହ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଉଷାରାଣୀ ମିଶ୍ର, କାବେରୀ ବେହେରା, ବନ୍ଦନା ରାଉତରାୟ, ମିନତୀ ମହାନ୍ତି, ସଂଯୁକ୍ତା ରାଉତ, ପ୍ରତିମା ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ