ବିଜେପି ଯୁବମୋର୍ଚା ସଭାପତିଙ୍କ ଉପରେ ଆକ୍ରମଣ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ସନ୍ଧ୍ୟା ୬:୩୦ ରୁ ୬:୪୫ ସମୟ ରେ ଆଙ୍କୁଲି ଶିଳ୍ପାଅଞ୍ଚ ଛକ ଡି. ଆଇ. ସି ଅଫିସ ରୋଡ଼୍ ନିକଟରେ ଶିଳ୍ପାଞ୍ଚଳ ମଣ୍ଡଳ ବିଜେପି ଯୁବମୋର୍ଚା ସଭାପତି ଶ୍ରୀ ସୁମିତ ପାତ୍ର ଙ୍କ ଉପରେ ଆକ୍ରମଣ ହେଇଛି । ସୁମିତ ଙ୍କ ବୟସ ମାତ୍ର ୨୭ ବର୍ଷ । ସୁମିତଙ୍କୁ ଆକ୍ରମଣ କରିବାବେଳେ ସୁମିତ ସେହି ଆକ୍ରମଣକାରି ଯୁବକ ମାନଙ୍କୁ ଚିନ୍ହି ପାରିଥିବା କହିଛନ୍ତି । ସୁମିତ କହିବା ଅନୁଯାୟୀ ଗୋଟିଏ ଗାଡ଼ିରେ ୩ ଜଣ ଆସି ତାଙ୍କୁ ବିଅର ବୋତଲ ରେ ପ୍ରଥମେ ମୁଣ୍ଡକୁ ମାରିବା ବେଳେ ସୁମିତ ହାତ ଦେଖେଇଦେବା ଫଳରେ ଉକ୍ତ ବିଅର ବୋତଲ ଟି ସୁମିତଙ୍କ ମୁଣ୍ଡ କୁ ନ ବାଜି ହାତକୁ ବାଜିଥିଲା । ମଝିରେ ବସିଥିବା ଯୁବକଟି ଖଣ୍ଡାରେ ସୁମିତ ଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସୁମିତ ସଠିକ ବୁଦ୍ଧି ପ୍ରୟୋଗ କରିଥିବାରୁ ଖଣ୍ଡା ଚୋଟରୁ ବଞ୍ଚି ଯାଇଥିଲେ । ଆକ୍ରମଣ କରିଥିବା ୩ ଜଣ ଯୁବକ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର । ଆଶିଷ୍ ରାଉତ ଏବଂ ପ୍ରେମ କୁମାର ଡାକୁଆ ଓରଫ ସାଲୁ ଏବଂ ଆଉ ଜଣେ ଯୁବକ ମାକ୍ସ ପରିଧାନ କରିଥିବା ହେତୁ ଉକ୍ତ ଯୁବକ କୁ ଠିକ୍ ଭାବେ ଦେଖି ପାରିନଥିଲେ ସୁମିତ । ଏହି ଦୁର୍ଘଟଣା କୁ ନେଇ ଥାନାରେ ଏତଲା ଦେଇଛନ୍ତି , ସୁମିତ କହିବା ଅନୁଯାୟୀ ଏହି ସବୁ ଘଟଣା ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଛି ବୋଲି ଏତଲା ରେ ଦର୍ଶାଇବା ସହ ମୋତେ ନ୍ୟାୟ ମିଳୁ ବୋଲି ମତ ପ୍ରକାଶ କରିଛନ୍ତି ସୁମିତ । ସେ କହିଛନ୍ତି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରି ଦଣ୍ଡିତ କଲେ ମୁଁ ନିଜ କୁ ସୁରକ୍ଷିତ ମନେ କରିବି । ସେମାନେ ଯେଉଁ ପର୍ଯ୍ୟନ୍ତ ଖୁଲା ଆକାଶ ତଳେ ବୁଲୁ ଥିବେ ସେ ପର୍ଯ୍ୟନ୍ତ ମୋ ଜୀବନ ପ୍ରତି ବିପଦ ବୋଲି ସେ କହିଛନ୍ତି । ପୋଲିସ ଏହି ବିଷୟରେ ଛାନଭିନ କରୁଥିବା ସୂଚନା ମିଳିଛି ।


