ବିଜେପି ଯୂବ ମୋର୍ଚ୍ଚା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଘୁମୁସର ସାଙ୍ଗଠନିକ ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଘୁମୁସର ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ଯୋଗଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ତଥା ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମ୍ପାଦକ ସତ୍ୟନାରାୟଣ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ 56 ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ I କାର୍ଯ୍ୟକ୍ରମରେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସମେତ ଗୁରୁଜୀ ମିଥୁନ୍ ନାୟକ,ଗଣେଶ ସାହୁ,ପବିତ୍ର ମୋହନ ବିଷୋୟୀ,ଦେବାଶିଷ ବିଷୋୟୀ,ବିଶ୍ୱରଞ୍ଜନ ସେଠୀ,ପ୍ରତିମା ବିଷୋୟୀ,ରିନା ସାହୁ,ସନ୍ତୋଷୀ ଗୌଡ,ମିତାଲି ବିଷୋୟୀ,ସନ୍ତୋଷିନୀ ଗୌଡ,ସୁଜାତା ସାହୁ,ତେଜ କୁମାରୀ ବେହେରା,ସୁଜ୍ଞାନୀ ପଟ୍ଟନାୟକ,ବୈଷ୍ଣବୀ ଗୌଡ,ଝାନସୀ ଭୂୟାଁ,ବୈଶାଖୀ ବେହେରା,ଲିଜା ନାୟକ,ଆରତୀ ସ୍ୱାଇଁ,ଜ୍ଯୋସ୍ନା ପ୍ରଧାନ ସହଯୋଗ କରିଥିଲେ I ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର କର୍ମଚାରୀ ଜଗଦୀପ୍ କୁମାର ଘୋଷ,ଦୀନକୃଷ୍ଣ ମହାନ୍ତି, ସୁଜିତ୍ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ରତ୍ନାଲୁ,ବରୁଣ ବେହେରା,ମନୋଜ କୁମାର ଚୌଧୂରୀ ଏବଂ ଜ୍ୟୋତିରଞ୍ଜନ ପୃଷ୍ଟି ରକ୍ତସଂଗ୍ରହ କରିଥିଲେ I