ବିଜେପି ରାଜ୍ୟ ପ୍ରଭାରୀଙ୍କ କଳାହାଣ୍ଡି ଗସ୍ତ ୩ ଟିସ୍ଥାନରେ ସଭା
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରେ ବିଜେପି ଓଡିଶା ପ୍ରଭାରୀ ଡ଼ି ପୁରନ୍ଧେସ୍ୱରୀ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ଜୁନାଗଡ଼, ଧର୍ମଗଡ଼ ଓ ନର୍ଲା ଠାରେ ଦଳୀୟ ସଭା କରି କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ଓ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଦଳୀୟ କର୍ମୀ ଓ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ.ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ନେତା ମାନଙ୍କ ବିଭିନ୍ନ ଜିଲ୍ଲା ଘନ ଘନ ଗସ୍ତ ସୂଚାଉଛି ଯେ ନିର୍ବାଚନକୁ ନେଇ ବିଜେପି କେତେ ତତ୍ପର ରହିଛି l ଗତ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଫଳାଫଳ ଭଲ କରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାର ୫ ଟି ବିଧାନସଭା ରୁ ମାତ୍ର ଗୋଟିଏ ଆସନରେ ଜିତିଥିବା ବେଳେ ସଂସଦୀୟ କ୍ଷେତ୍ର କବ୍ଜା କରିପାରିଥିଲା l କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ବିଜେପି ର ଗୋଷ୍ଟୀ କନ୍ଦଳ ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ଅସୁସ୍ଥତା ଯୋଗୁଁ ଦଳ ଧିମେଇ ଯାଇଛି l କଳାହାଣ୍ଡି ସାଂସଦ ଓ ପ୍ରଦୀପ୍ତ ନାଏକଙ୍କ ଗୋଷ୍ଟୀ ମଧ୍ୟରେ ମତ ମତାନ୍ତର ଚାଲିଥିବା ଯୋଗୁଁ ବିଜେପି କର୍ମୀ ମାନେ ମଧ୍ୟ ହୋତତ୍ସlହିତ ହୋଇପଡିଛନ୍ତି lଏଭଳି ପରିସ୍ଥିତିରେ ବିଜେପିର ରାଜ୍ୟ ପ୍ରଭାରୀ କଳାହାଣ୍ଡି ଗସ୍ତ କରି ପରିସ୍ଥିତିକୁ ସମାଧାନକରି ଜନସାଧାରଣ ଙ୍କ ନିକଟବର୍ତ୍ତୀ ହେଉଥିବା ଖୋଦ ବିଜେପି ମହାଲରେ ଚର୍ଚ୍ଚା ଜୋର ଧରିଛି l ଆଜିର ଏହି ୩ ଗୋଟି ସ୍ଥାନରେ ହୋଇଥିବା କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ବରିଷ୍ଠ ବିଜେପି ନେତା ଭାବେନ୍ଦ୍ର ପଣ୍ଡା, ହିମାଂଶୁ ମେହେର, ଧନଞ୍ଜୟ ପତ୍ର, ମନୋଜ ମେହେର, ସୁଧୀର ପାଟ୍ଟଯୋଶୀ,ପ୍ରଦୀପ୍ତ ନାୟକ, ଅନିରୁଦ୍ଧ ପ୍ରଧାନ, କେଶରୀ ଦୁର୍ଗା, ଶିବରାମ ନାୟକ, ମୁକେଶ ଅଗ୍ରୱାଲ, ଅଶୋକ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ l