ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ହେଲେ ତୁତୁନ୍ ପାତ୍ର”

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ତୁତୁନ୍ ପାତ୍ର ଛାତ୍ର ଜୀବନରୁ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲାର ଛାତ୍ର ରାଜନୀତିକୁ ଆଗକୁ ନେବା ସହ ସଂଗଠନକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଠିଆ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପରେ ଭାରତୀୟ ଜନତା ପାର୍ଟୀର ଆଦର୍ଶରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ ।ତାଙ୍କ ଅଭିଜ୍ଞତା ଓ ରାଜନୈତିକ ପାରଦର୍ଶୀତାକୁ ଦେଖି ଆଜି ତାଙ୍କୁ ରାଜ୍ୟ ଯୁବମୋର୍ଚ୍ଚାର ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦିଆଯାଇଛି । ଏଥି ନିମନ୍ତେ ସେ ରାଜ୍ୟ ସଭାପତି ମନମୋହନ ସାମଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ସହ ଏହି ଦାୟିତ୍ୱ ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରିଥିବା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇ ଉଦୟବାନ ଯୁବନେତା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଭାବେ ତୁତୁନ୍ ପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା କ୍ୟାମ୍ପସ୍ ସଂଯୋଜକ ଭାବେ ଆକାଶ ସାହୁଙ୍କୁ ଦାୟୀତ୍ୱ ମିଳିଥିବାରୁ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ଉପସଭାପତି ମାତା ପ୍ରସାଦ ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, କର୍ପୋରେଟର ତଥା ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ଶତପଥି,ବିଜେପି ଜିଲ୍ଲା ଉପସଭାପତି ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତୃବୃନ୍ଦ ମଞ୍ଚାସୀନ ରହି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ, କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,ଭାବଗ୍ରାହୀ ପାଳ,ଚଣ୍ଡୀ ଚରଣ ସାହୁ,ମନୋଜ ମହାରଣା,ବି.ରବି ରାଓ,କ୍ରିଷ୍ଣା ସାହୁ,ଲୋକନାଥ ସାମନ୍ତରାୟ,ରାମ ବଲ୍ଲଭ ମହାନ୍ତି,ଲିଙ୍ଗରାଜ ସାହୁ,ଅନୁପ ପଣ୍ଡା,ମାଲି ସାହୁ,ଚତୁର୍ଭୁଜ ବିଷୋୟୀ,ଯୁବ ନେତା କମଲ ପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ଦୁଇ ଯୁବ ନେତାଙ୍କୁ ଅଭିନନ୍ଦନ ସହ ସମ୍ୱର୍ଦ୍ଧନା କରିଥିଲେ । ଆଗାମୀ ଦିନରେ ବୁଥ୍ ସଶକ୍ତିକରଣ ପାଇଁ ଯୁବମୋର୍ଚ୍ଚା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଦଳକୁ ସୁଦୃଢ଼ କରାଯିବ ବୋଲି ନୂତନ ଭାବେ ଦାୟୀତ୍ବ ନେଇଥିବା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ