ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ରବିବାର ସନ୍ଧ୍ୟାରେ ସହରର ପୁରୁଣା ବସଷ୍ଟାଣ୍ଡରେ ବିଜେପିର ରାଷ୍ଠ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଶ୍ରୀ ପଣ୍ଡା ଓଡିଶାକୁ ଯେଉଁଭଳି ଭାବରେ ପାକିସ୍ଥାନ ସହ ତୁଳନା କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କେନ୍ଦ୍ରାପଡାର ଜଣେ ପୂର୍ବତନ ସାସଂଦ ହୋଇଥିବା ବେଳେ କିଭଳି ଭାବେ ପାକିସ୍ଥାନ ଆତଙ୍କବାଦି ସହ ଓଡିଶାକୁ ତୁଳନା କଲେ ତାହା ଓଡିଶାବାସୀଙ୍କୁ ମର୍ମାହତ କରିଛି । ସ୍ୱାଭିମାନର ନାରା ଦେଉଥିବା ଏହି ନେତା ଜଣଙ୍କ ନିଜ ମାଟିପ୍ରତି ବେଇମାନୀ କଲେ ଏବଂ ଓଡିଶାର ସାଢେ ୪କୋଟି ନିରିହ ଜନସାଧାରଣଙ୍କୁ କିଭଳି ଆତଙ୍କବାଦୀର ରୂପ ଦେଲେ ତାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା । ଏହି କୁଶପୁତଳିକା ଦାହ କାର୍ଯ୍ୟକ୍ରମରେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଦେବଦାସ ମହାନ୍ତି, ନଗର ବିଜେଡି ଉପସଭାପତି ମଙ୍ଗଳବରଣ ସିଂ, ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ(ଚନ୍ଦନ), ସରୋଜକାନ୍ତ ସାହୁ, ଦେବଜ୍ୟୋତି ରଥ, ବୀକ୍ରମ କେଶରୀ ବାରିକ, ସେକ ଅମୀର, ସେକ ଲିୟାକତ ଅଲ୍ଲୀ, ମୀର ମୁଜିବ ବକ୍ସ, ସ୍ୱାଧୀନ ନାୟକ, ରେବତୀରମଣ ଦାସ, ନାରାୟଣ ସାହୁ, ସେକ ନିୟାଜ(ମତୁ), ଅଭିମନ୍ୟୁ ନାୟକ, ଅବଦୁଲ ମଜିଦ, ପ୍ରଦିପ୍ତ ନାୟକ, ଅବଦୁଲ ମତିମ, ମହମ୍ମଦ ମୁସ୍ତକିମ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ