ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ଥିବାରୁ କେନ୍ଦ୍ରାପଡା ନଗର ବିଜେପି ପକ୍ଷରୁ ପୈାରାଚଂଳ ଅନ୍ତର୍ଗତ ମହିପାଳସ୍ଥିତ ଶନିମନ୍ଦିରରେ ରବିବାର ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇ ସମୁହ ଦୀପଦାନ କରାଯାଇଛି । ବିଜେପି ନଗର ସଭାପତି ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ନେହେରୁ କୁମାର ସାହୁ, ପ୍ରଦୀପ ନାୟକ, ରଞ୍ଜିତ ଆଚାର୍ଯ୍ୟ, ପ୍ରଭାତ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ରାଜେନ୍ଦ୍ର ପତି, ଅନନ୍ତ ପୃଷ୍ଟି, ସୁଦାମ ମଳିକ, ଅନନ୍ତ ସାହୁ ପ୍ରମୁଖ ଶ୍ରୀ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରିଥିଲେ ।