ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟିଲେ ବିଜେପି ନେତା 

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ସଂଖ୍ୟାଲଘୁ ସେଲର ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡାର ବରିଷ୍ଠ ବିଜେପି ନେତା ସଲିମ ଖାନ । ଦଳର ସଂଗଠନ, ରାଜନୈତିକ ବ୍ୟାପାର ଓ ଅନ୍ୟାନ୍ୟ ବିଷୟରେ ସଲିମ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଦଳୀୟ ସଂଗଠନକୁ ମଜଭୁତ କରିବା ସହ କିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଠିକ ଭାବରେ ସଚେତନ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ପଣ୍ଡା ସଲିମଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ