ବିଜେପି ରେ ମିଶିଲେ କଙ୍କୋରଡା ସରପଞ୍ଚ ପ୍ରଭାକର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏକ ଉଲ୍ଲେଖନୀୟ ରାଜନୈତିକ ଘଟଣାକ୍ରମରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡା ପଞ୍ଚାୟତ ର ସରପଞ୍ଚ ପ୍ରଭାକର ପାଣିଗ୍ରାହୀ ବିଜେପି ରେ ଯୋଗ ଦେଇଛନ୍ତି । କଙ୍କରୋଡ଼ା ଡେରାସାହି ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନିଜ ସମର୍ଥକ ଙ୍କ ସହ ବିଜେପି ରେ ଯୋଗ ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଓ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ବିକାଶ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ସେ ସମର୍ଥକଙ୍କ ସହ ବିଜେପି ରେ ମିଶିଥିବା ପ୍ରକାଶ କରୁଛନ୍ତି । ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଇଁ ପ୍ରଦୀପ କୁମାର ପତ୍ରୀ ମଣ୍ଡଳ ସଭାପତି ରଞ୍ଜିତ ପଣ୍ଡା ଯୁବନେତା ସଞ୍ଜୟ ପରିଡ଼ା ବିଜୟ ପଣ୍ଡା ଅଙ୍ଗଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସାନଖେମୁଣ୍ଡି ୬୧ ନଂ ଜୋନ୍ ରେ ବିଜେପି ର ଶକ୍ତି ବୃଦ୍ଧି ହେବ ବୋଲି ବିଜେପି ପକ୍ଷରୁ ଶ୍ରୀ ପତ୍ରୀ ପ୍ରକାଶ କରିଛନ୍ତି ।