ବିଜେପି – ଶିବସେନା ଆସନ ବୁଝାମଣା : ବିଜେପିକୁ ୧୫୦ଟି ଓ ଶିବସେନାକୁ ୧୨୪ ଆସନ

ମୁମ୍ବାଇ: ଆଜି ହେଉଛି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ଆଜି ହିଁ ବିଜେପି ଓ ଶିବସେନା ମଧ୍ୟରେ ହୋଇଥିବା ଆସନ ବୁଝାମଣାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଏଥର ଶିବସେନା ୧୨୪ଟି ଆସନରେ ଏବଂ ବିଜେପି ୧୫୦ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି । ଉଭୟ ଦଳ ମହାରାଷ୍ଟ୍ରରେ ଥିବା ଆରପିଆଇ, ଶିବ ସଂଗ୍ରାମୀ ଏବଂ ରୟତ କ୍ରାନ୍ତି ଭଳି ଛାଟ ଦଳଗୁଡ଼ିକୁ ବି ସାଙ୍ଗରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏସବୁ ଦଳଗୁଡ଼ିକୁ ଅବଶିଷ୍ଟ ୧୪ଟି ଆସନ ଛଡ଼ାଯାଇଥିବା ଜଣାଯାଇଛି । ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ୱୀକାର କରିଥିବା କୁହାଯାଉଛି । ବିଜେପି – ଶିବସେନା ମେଣ୍ଟ କ୍ଷମତାସୀନ ହେଲେ ଏହି ପଦ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମିଳିବ ବୋଲି ସ୍ଥିର ହାଇଛି । ଏଭଳି ପ୍ରଥମ ଥରଲାଗି ହୋଇଛି ଯେ କୌଣସି ମେଣ୍ଟର ଆସନ ବୁଝାମଣା ନେଇ ପ୍ରଥମେ ବିଧିବଦ୍ଧଭାବେ ଘୋଷଣା କରା ନଯାଇ ଆଗେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ