ବିଜେଡ଼ି ପକ୍ଷରୁଯୋଡ଼ାରେ ଜନ ସଂପର୍କ ପଦଯାତ୍ରା
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡ଼ା ସହରରେ ଶୁକ୍ରବାର ପୂର୍ବାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଯୋଡ଼ାସ୍ଥିତ ଲକ୍ଷ୍ମୀପଡ଼ିଆ ଠାରେ ବିଜୁ ଜନତା ଦଳର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହୀଦନଗର ଛକଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚଂପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବିଜେଡ଼ି ଜିଲା କାର୍ଯ୍ୟକାରିଣୀ ସଭାପତି ରୀନା ବାରିକ,ଯୁବ ବିଜୁ ଜନତା ଦଳର ଜିଲା ସଂପାଦକ ସୁଶାନ୍ତ ବାରିକ,ପୂର୍ବତନ ସାଂସଦ ପ୍ରତିନିଧି ନିରଂଜନ ବହିଦାର,ଯୋଡ଼ା ପୂର୍ବତନ ନଗରପାଳ ଆର.କେ ଦାସ,ପୂର୍ବତନ ଯୋଡ଼ା ଉପନଗରପାଳ ସୁରେନ୍ଦ୍ରନାଥ ଜେନା,ବିଜେଡ଼ି ନେତା ନୀଳମଣି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜନ ସଂପର୍କ ପଦଯାତ୍ରାରେ ବିଜୁ ଜନତା ଦଳକୁ କିପରି ମଜବୁତ କରାଯିବ ଏବଂଅସଂଖ୍ୟ ସଦସ୍ୟଙ୍କୁ ସାମିଲ କରାଯିବ , ଏ ନେଇ ଉକ୍ତ ସଭାରେ ଉଦବୋଧନ ଦିଆଯାଇଥିଲା ।ତେଣେ ଚଂପୁଆ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରେ ଅର୍ନ୍ତଦ୍ୱନ୍ଦ ଥିବାର ବହୁ ପୂରୁଖା ବିଜେଡ଼ି ନେତା ଏଥିରେ ଅନୁପସ୍ଥିତ ଥିଲେ ।ଏହା ସହରରେ ଏକ ପ୍ରମୁଖ ଆଲୋଚ୍ୟର ବିଷୟ ହୋଇଥିଲା ।


