ବିଜେପି ସମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର, (ୱାଇଏନଏସ):ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଗଣଶିକ୍ଷା ବିଭାଗ ର ପ୍ରମୁଖ ସଚିବ ବିଷ୍ଣୁପଦ ସେଠି ଙ୍କୁ ସିବିଆଇ ସମନ ଘଟଣା କୁ ନେଇ ଘନେଇଲା ନବରଙ୍ଗପୁର ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ଗତ ଦୁଇଦିନ ତଳେ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ନିତ୍ୟାଗଣ୍ଡ ଗଣ୍ଡ ଙ୍କ ବିଷୟରେ ଯେଉଁ ଅଭିଯୋଗ କରିଥିଲେ ତାହା ସମ୍ପୁର୍ଣ୍ଣ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ନବରଙ୍ଗପୁର ଜିଲ୍ଲା ବିଜେଡି ର ଆଟାକ ପରେ କାଉଣ୍ଟର ଆଟାକ କରିଛି ଜିଲ୍ଲା ବିଜେପି । ନବରଙ୍ଗପୁର ଜିଲ୍ଲା ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସେହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ କରି ମନ୍ତ୍ରୀ ଙ୍କୁ ସିବିଆଇ ସମନ ଜାରି କରୁ ବୋଲି ଦାବି କରିଥିଲେ । ଏହାକୁ ନେଇ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ବିଜେଡି ସାମ୍ବାଦିକ ସମ୍ମିଳନୀ ହାସ୍ୟାସ୍ପଦ ବୋଲି କହିବା ସହ ରାଜ୍ୟ ସ୍ତରୀୟ ପ୍ରସଙ୍ଗ କୁ ରାଜ୍ୟ ରେ ସାମ୍ବାଦିକ ସମ୍ମିଳନୀ ନ କରି ଜିଲ୍ଲାରେ କରିବା ଅର୍ଥ ରାଜ୍ୟ ସ୍ତରରେ ବିଜେଡି ନେତା ମାନେ ଦୁର୍ନୀତି ରେ ଲିପ୍ତ ଅଛନ୍ତି ସେଥିପାଇଁ ବୋଧେ ଜିଲ୍ଲା ସ୍ତରୀୟ ନେତା ଙ୍କୁ ନେଇ ବ୍ୟବହାର କରାଯାଇଥିବା କହିଛନ୍ତି ବିଧାୟକ । ପୁର୍ବ ବିଜେଡି ସରକାରର ବିଭିନ୍ନ ଟେଣ୍ଡେର ପ୍ରକ୍ରିୟା ରେ ସ୍ୱଚ୍ଛତା କୁ ନେଇ ଘେରିଛନ୍ତି ବିଧାୟକ। ସେ କହିଛନ୍ତି ଜିଲ୍ଲାର ଜଣେ ବିଧାୟକ ପ୍ରଥମ ଥର ପାଇଁ ଗଣଶିକ୍ଷା ବିଭାଗ ର ମନ୍ତ୍ରୀ ହୋଇଥିବା ବେଳେ ବିଜେଡି ଅସହିଷ୍ଣୁ ଏବଂ ଈର୍ଷାପରାୟଣ ହୋଇ ଅବାନ୍ତର ଅଭିଯୋଗ କରୁଥିବା କହିଛନ୍ତି ସେ ।ବିଶେଷ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ପୂର୍ବତନ ଉପଦେଷ୍ଟା ପ୍ରଦୀପ ମାଝୀ ଚେୟରମ୍ୟାନ ଥିବା ବେଳେ ଓସିସିଏଫ ନାମକ ଏକ ଅନୁଭବ ହୀନ ଓ ଅନଭିଜ୍ଞ ସଂସ୍ଥା କୁ “ଟ୍ରାଇବଲ ଅଡିଟୋରିଅମ ” ନିର୍ମାଣ କରିବା ପାଇଁ କିଭଳି ୫ କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ ବୋଲି ପ୍ରଶ୍ନ କରିବା ସହିତ ଏଥିରେ କଣ ଟଙ୍କା କାରବାର ହୋଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ବିଜେଡି ସରକାର ଅମଳ ସମୟ ରେ ଯେଉଁ ପିଏସୟୁ ମାନଙ୍କୁ ପେନାଲିଷ୍ଟ କରାଯାଇଛି ସେମାନଙ୍କୁ ହିଁ କାର୍ଯ୍ୟାଦେଶ ଦିଆଯାଇଥିବା ଜିଲ୍ଲା ବିଜେପି ତରଫରୁ କୁହାଯାଇଛି । ଗତ ସରକାର ଅମଳ ରେ ସେହି ପିଏସୟୁ ଙ୍କୁ ୧୦ ହଜାର କୋଟି ଟଙ୍କା ର ୭ ଶହ ପ୍ରକଳ୍ପ କାମ ଦିଆଯାଇଛି ସେଥିରେ କଣ ଦୁର୍ନୀତି ହୋଇଛି କି ବୋଲି ପ୍ରଶ୍ନ କରିଛି ଦଳ ।ସେଭଳି ନବରଙ୍ଗପୁର ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଜିଭିପିଆର ଓ ଏଲ ଆଣ୍ଡ କେ ନାମକ ଏକ ସଂସ୍ଥା କୁ ଦିଆଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ତିରିଶ ପ୍ରତିଶତ କାମ ସରିନାହିଁ ଏଭଳି ଏକ ଦାୟୀହୀନ କମ୍ପାନୀ କୁ କିଭଳି କାର୍ଯ୍ୟାଦେଶ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।ଏଥିସହ ଇଇଏସଏଲ ଓ ଗ୍ରୀନ ଗ୍ରୀନ ଫିଲଡ଼ ନାମକ ଏକ ସଂସ୍ଥା କୁ ସାରା ରାଜ୍ୟ ର ପୌର ପାଳିକା ରେ ଷ୍ଟ୍ରିଟ ଲାଇଟ ଲଗାଇବା ଓ ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ସେ ସଂସ୍ଥା ବର୍ତ୍ତମାନ ସୁଦ୍ଧା ପୌରପାଳିକା ମାନଙ୍କ ରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ।ପୂର୍ବ ସରକାର ରେ ଯେଭଳି ମନ୍ତ୍ରୀ ମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ମୁଖ୍ୟମନ୍ତ୍ରୀ ଆଇନ ତା ବାଟ ରେ ଯିବ କହି କାର୍ଯ୍ୟାନୁଷ୍ଠାନ ନ ନେଇ ଦୋଷୀ ଙ୍କୁ ଘଣ୍ଟ ଘୋଡାଇ ଚୁପ ରହୁଥିଲେ ଏବଂ ଏନେଇ ଅନେକ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରାଯାଇଛି କିନ୍ତୁ ସେ ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଛି ଦଳ ବର୍ତ୍ତମାନ ମଧ୍ୟ ଆଇନ ତା ବାଟ ରେ ଯିବ ବୋଲି ଦଳ କହିଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ଯୁବନେତା ମାନସ ରଞ୍ଜନ ଦାଶ, ଦେବଦାସ ମହାଙ୍କୁଡ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ