ବିଜେପି ସରପଞ୍ଚଙ୍କୁ ପୋଲିସ ଗିରଫ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଭଞ୍ଜନଗର (ସନ୍ତୋଷ କୁମାର ଜେନା) : ବିଜେପି ସରପଞ୍ଚଙ୍କୁ ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରିଥିବା ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଭଞ୍ଜନଗର ବିଜେପି କର୍ମକର୍ତା। ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମ ପଂଚାୟତରେ ପିଡ଼ିଏସ ଚାଉଳ ଓ ଗହମ ହେରଫେର ହୋଇଥିବା ବିଡ଼ିଓ ଜାଣିବା ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ, ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ମାମଲାକୁ ଭିତିକରି 8.3.20 ତାରିଖରେ ସରପଞ୍ଚଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ପିଇଓ, ଯୋଗାଣ ସହାୟକଙ୍କୁ ପୋଲିସ ଗିରଫ କରିନାହିଁ । ତାହାର ପ୍ରତିବାଦରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି କର୍ମ କର୍ତା । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ନିରପେକ୍ଷ ତଦନ୍ତ ନକରି ଏକ ନିର୍ଦ୍ଧିଷ୍ଟ ଦଳର ସପକ୍ଷରେ ରହି କେବଳ ବିଜେପି ସରପଂଚଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫ କରିଛି । ଆଗାମୀ ଦିନରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଥାନା ଆଇଆଇସିଙ୍କୁ ବଦଳି କରିବାକୁ ଦାବି କରିଛି ଭଞ୍ଜନଗର ବିଜେପି ଯଦି ଦାବି ପୂରଣ ନ ହୁଏ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛି ବିଜେପି ।