ବିଜେପୁର ରେ ପୋଲିସ ମହା ନିର୍ଦ୍ଦେଶକ ସ୍ଥିତିର କରିବେ ସମୀକ୍ଷା

(ଯୁଗାବ୍ଦ ନ୍ୟୁଜ) ଆଉ କିଛି ଦିନ ପରେ ବିଜେପୁର ହେବ ଉପନିର୍ବାଚନ । ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ତଥା ହେଭିୱେଟ ନେତାଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇବେ । ପୋଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବରଗଡ଼ ଏସପି ଅଫିସରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବୈଠକ ବସିଛି । ଆଜି ଠାରୁ ବିଜେପୁର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଜୋର ଧରିବ । ବିଜପେୁର ଉପନିର୍ବାଚନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି । ଆଜି ବିଜେପୁର ଗସ୍ତରେ ଯାଇଛନ୍ତି ଡିଜିପି ବି.କେ ଶର୍ମା । ବି.କେ ଶର୍ମା ବରଗଡ଼ ପହଂଚିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ ଅଫିସରେ ବିଜେପୂର ଶାନ୍ତିଶୃଙ୍ଖଳା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଂଚଳ ଆଇଜି ହିମାଂଶୁ ଲାଲ, ଆଇଜି ଇଣ୍ଟେଲିଜେନ୍ସ, ଏଡିଜି ଆଇନଶୃଙ୍ଖଳା, ସିଆରପିଏଫ ଡିଆଜି, ଉତ୍ତରାଞ୍ଚଳ ଡିଆଇଜି, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ