ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦନ୍ତ ପରୀକ୍ଷା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ, ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ରୋଭର ରେଞ୍ଜର ଓ ମୋ କଲେଜ ମିଳିତ ଭାବରେ ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ସହାୟତାରେ ୨୪.୦୨.୨୦୨୩ ରିଖରେ ଏକ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଡଃ ଜି.ଏମ୍‌. ଖାନ୍ ଓ ଉପାଧ୍ୟକ୍ଷା ଡଃ ମଧୁବ୍ରତା ଶତପଥୀ ଏହି ଶିବିରରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ମୁଖ ଓ ଦନ୍ତର ଯତ୍ନ ସମ୍ବନ୍ଧରେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ