ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଜି.ଏମ୍. ଖାନ, ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥୀ ଏବଂ ଯୁବ ରେଡ଼କ୍ରସ ପରାମର୍ଶଦାତ୍ରୀ ଶ୍ରୀମତୀ ଲେଖା ଦାସଙ୍କ ତତ୍ତ୍ୱାବଧାନରେ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନେ ଏକ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଜେବି ନଗର ଅଞ୍ଚଳ ପରିକ୍ରମା କରି ଏକ ରାଲି ଏବଂ ମାନବ ଶୃଙ୍ଖଳ ମାଧ୍ୟମରେ ସ୍ଥାନୀୟ ନଗରବାସୀଙ୍କୁ ବୃକ୍ଷରୋପଣର ଉପକାରିତା ସମ୍ବନ୍ଧରେ ଅବଗତ କରାଇଥିଲେ । ପରିଶେଷରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା ।