‘ବନ ମହୋତ୍ସବ ସପ୍ତାହ’ ଉଦ୍‌ଯାପନ ଦିବସରେ ସୂର୍ଯ୍ୟକ୍ଷତ୍ର ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ବନ ମହୋତ୍ସବ ସପ୍ତାହ’ ଉଦ୍‌ଯାପନ ଦିବସରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ରାଜଧାନୀ ଉପକଣ୍ଠ କେସୁରାଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ଡ. ବିପିନ ବିହାରୀ ମିଶ୍ର ଏଥିରେ ସଭାପତିତ୍ୱ କରି କହିଲେ ଯେ, ସମ୍ପ୍ରତି କ୍ରମାଗତ ବୃକ୍ଷଛେଦନ ଫଳରେ ଆମ ପୃଥିବୀ ଏବେ ଅବକ୍ଷୟ ଆଡ଼କୁ ଅଗ୍ରସର ହେଉଛି । ଗଛର ଅଭାବରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନରେ ବାଧା ସୃଷ୍ଟି ହେଉଛି । ଦିନକୁ ଦିନ ଗଛ ସଂଖ୍ୟା କମି କମି ଯିବାରୁ ଠିକ୍ ସମୟରେ ବର୍ଷା ହେଉନାହିଁ । ଫଳରେ ଚାଷୀମାନେ ଚାଷକାର୍ଯ୍ୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୈବ ବିବିଧତା ବୃଦ୍ଧି ପାଇବାରେ ଲାଗିଛି । ଛଆ ଋତୁ ଆଜି ସାତ ସପନ ମନେ ହେଉଛି । ଉତ୍ତାପ ବୃଦ୍ଧି ଯୋଗୁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଢେର ଅଧିକ । ତେଣୁ ଏବେ ଆମେ ସଚେତନ ନାଗରିକମାନେ ବୃକ୍ଷରୋପଣ ଓ ଏହାର ସୁରକ୍ଷା ବ୍ୟବସ୍ଥା ନକଲେ ଆଗାମୀ ଯୁବପିଢି ନିଶ୍ୱାସ ନେବାକୁ କଷ୍ଟ ହୋଇପଡ଼ିବ । ଯୁବ ପରିବେଶବିତ୍ ଡ, ଲିଙ୍ଗରାଜ ସାହୁ କହିଲେ ଯେ, ଜଳ ସୁରକ୍ଷା ଓ ପରିବେଶ ପାଇଁ ବୃକ୍ଷରୋପଣ ଓ ଏହାର ଯତ୍ନ ନେବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମକୁମାରୀ ଅପର୍ଣ୍ଣା, ବାଳକୃଷ୍ଣ ରାଉତ, ଗାଁ ମୁରବୀ ଅରକ୍ଷିତ ସ୍ୱାଇଁ, ବ୍ରହ୍ମକୁମାରୀ ପିଙ୍କି, ବ୍ରହ୍ମକୁମାରୀ ଲିପୁନ, କେଶବ ସ୍ୱାଇଁ, ବିନୋଦ କୁମାର ରାଉତ, ଧାର୍ଯ୍ୟଶୀଳ ପ୍ରଧାନ, ପାଣ୍ଡବ ସାହୁ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ସୁରକ୍ଷା ନେଲେ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ