ବିଜ୍ଞାନ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର ବିଜ୍ଞାନ ଓ ବୈଜ୍ଞାନିକ ମନୋଭାବ

ବ୍ରହ୍ମପୁର,(ଅନିଲ କୁମାର): ମାନବବାଦୀ ହେତୁବାଦୀ ସଂଗଠନ ଆନୁକୂଲ୍ୟରେ ବିଜ୍ଞାନ ଦିବସ ଆନୁକୂଲ୍ୟରେ “ବିଜ୍ଞାନ ଓ ବୈଜ୍ଞାନିକ ମନୋଭାବ” ବିଷୟରେ ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଇ.ଟି.ରାଓ ସଭାପତିତ୍ୱ କରିଥିଲେ। ସର୍ବ ପ୍ରଥମେ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ଭାରତର ପ୍ରଖ୍ୟାତ ବୈଜ୍ଞାନିକ ତଥା ପ୍ରଥମ ଭାରତୀୟ ନୋବେଲ ପୁରସ୍କାର ଚନ୍ଦ୍ରଶେଖର ଭେଙ୍କଟା ରମଣଙ୍କ ଆବିଷ୍କାର ‘ରମଣ ଇଫେକ୍ଟ’କୁ ସ୍ମରଣକରାଯାଇ 1987 ମସିହାଠାରୁ ଭାରତରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ଭାରତର ବିକାଶରେ ସମସ୍ତ ଜନତାଙ୍କୁ ବିଜ୍ଞାନ ଓ ବୈଜ୍ଞାନିକ ଚେତନା ବୃଦ୍ଧି କରିବା ଏହି ଦିବସ ପାଳନ କରିବାର ଉଦ୍ଧେଶ୍ୟ। ମୁଖ୍ୟ ବକ୍ତା ଭାଲ ଚନ୍ଦ୍ର ଷଡଙ୍ଗୀ ବିଜ୍ଞାନ କଣ ଓ ବୈଜ୍ଞାନିକ ମନୋଭାବର ପ୍ରାଞ୍ଜଳ ଧାରଣ ପ୍ରଦାନ କରିଥିଲେ ଓ ଉଦାହରଣ ଦେଇ କହିଥିଲେ ଯେ ଚାକିରୀ ପାଇଁ ବିଜ୍ଞାନର ପାଠ ପଢି ବିଭିନ୍ନ ପଦ ପଦବୀରେ ରହି ବୈଜ୍ଞାନିକ ଚେତନା ନ ରହିଲେ ଭାରତରେ ଅନ୍ଧବିଶ୍ୱାସ, ଅବୈଜ୍ଞାନିକ ଚିନ୍ତା, ଅପସଂସ୍କୃତି ବଢିବା ଯୋଗୁଁ ଭାରତର ବିକାଶକୁ ଅବରୋଧ କରୁଛି। ଏଥିରେ ସୋମନାଥ ବେହେରା ନୂଆ ଶିକ୍ଷା ନୀତିରେ ବୈଜ୍ଞାନିକ ଚିନ୍ତା ଅପେକ୍ଷା ପୁରାତନ ପାଠ୍ୟକ୍ରମରେ ଜୋର ଦେଇଥିବା କହିଥିଲେ। ଶ୍ୟାମ ସୁନ୍ଦର ଖାଡଙ୍ଗା,ବିଧୁ ପ୍ରଭା ରଥ ଆଦିତ୍ୟ ରଥ, ମନୋରଞ୍ଜନ ସାହୁ , ମହର୍ଷି ସିଂ ଭାଗ ନେଇଥିଲେ। ଅଲୌକିକତା ବୋଲି କିଛିନାହିଁ। ବିଜ୍ଞାନର ସହଯୋଗରେ ସମସ୍ତ କାର୍ଯ୍ୟ ହୁଏ ବୋଲି ଡି. ମୋହନ ରାଓ ବ୍ୟାଖ୍ୟା କରିଥିଲେ । ଅଲୌକିକତା କହି ଲୋକଙ୍କ ମନରେ ଭୟ ସୃଷ୍ଟି କରି କିଛି ବ୍ୟକ୍ତି ଲୋକଙ୍କୁ ଠକି ଥାନ୍ତି । କିଛି ଉଦାହରଣ ଦେଇ ଥିଲେ।
ସଭାପତି ଇ.ଟି.ରାଓ ତାଙ୍କ ଅଭିଭାଷଣରେ ପ୍ରଥମେ ଶିକ୍ଷିତ ଲୋକେ ଵିଜ୍ଞାନ ଓ ବୈଜ୍ଞାନିକ ଚେତନା ରଖିଲେ ଆମ ଭାରତ ସମୃଦ୍ଧିର ଶିଖରରେ ପହଂଚି ପାରିବ ନଚେତ ସେହି ମଧ୍ୟଯୁଗକୁହିଁ ବାଟ କାଢ଼ିବ।
ଏହିକାର୍ଯ୍ୟ କ୍ରମରେ ପ୍ରତାପ କୁମାର ପ୍ରଧାନ, କେ.ବାସବା ରାଜୁ, ଲଷ୍ମୀ ନୃସିଂହ ରଥ, ଡ.ଦେବରାଜ ପାଣିଗ୍ରାହୀ, ଦେବରାଜ ପାତ୍ର, ଅ.ରାଜା ରାଓ,ଡି.ତିରୁପତି ଦୋରା, ନାରାୟଣ ସାହୁ, ଗଣାପତି ବେହେରା, କବିରାଜ ସାହୁ, ସୁବାଷ ଚନ୍ଦ୍ର, ମିଶ୍ର, କିଷାନ କୁମାର ସାହୁ, ଗ.ରବି ସୁଧାକର, ବି.ସ୍ୱରାଜ୍ୟ ସୁବୁଦ୍ଧି,ମନୋଜ କୁମାର ପାଢୀ, ସ୍ୱରାଜ ସୁବୁଦ୍ଧି ମନୋରଞ୍ଜନ ସାହୁ ପି.କୋମାଲି, ପ.ସି.ବଜେନି, ସ୍ୱପ୍ନ ସାହୁ ବହୁ ବୁଦ୍ଧିଜୀବୀ ଭାଗ ନେଇ ଥିଲେ। ଶେଷରେ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ