ମହାବିଦ୍ୟାଳୟରେ ସଭା ଅଧାପକ ଓ ଅଭିଭାବକ ସଭା ଅନୁଷ୍ଠିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବି ।ନ ମହାବିଦ୍ୟାଳୟରେ ଅଧକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅଧ୍ୟାପକ ଓ ଅଭିଭାବକ ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିଭାବେ ଡକ୍ଟର ଗୁରୁମୁର୍ତ୍ତି ନାୟକ ,ସନ୍ତୋଷ କୁମାର ପାଣିଗ୍ରାହି,ଅଶୋକ କୁମାର ପ୍ରଧାନ ,ଅଶୋକ କୁମାର ସ୍ୱାଇଁ ,ଡକ୍ଟର ପ୍ରଫୁଲ କୁମାର ଜେନା,ଅଜୟ କୁମାର ବିଶ୍ୱାଳ ,ସପନ କୁମାର ପ୍ରଧାନ ଥିଲେ । ଉକ୍ତ ସଭାରେ ସରକାର ଦ୍ୱାରା ପ୍ରାରିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ ଗୁରୁତ୍ୱ ରୋପ ଦେବା ସହ ବିଦ୍ୟାର୍ଥୀ ମାନଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରିବା ସହ ଅଭିଭାବକ ମାନଙ୍କର ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି ଆଲୋଚନା ହୋଇଥିଲା । ଏଥି ସହ ସେପ୍ଟେମ୍ବର ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ସଫା ଅନୁଷ୍ଠିତ ହୋଇଥିଲା ।ଶେଷରେ ଅଧ୍ୟାପକ ସପନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।