ବିଜୟଲକ୍ଷ୍ମୀ ହତ୍ୟାକୁ ଦୁଇମାସ ପୁରିଲା, ପୋଲିସର ହାତ ଖାଲି

କୋଦଳା: (ଗୁଲସନ୍ କୁମାର କର)ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ଗ୍ରାମରେ ଅପ୍ରେଲ ମାସ ପ୍ରଥମ ସପ୍ତାହରେ ବିଜୟଲକ୍ଷ୍ମୀ ନାୟକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଘଟଣାକୁ ଦୁଇ ମାସ ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସର ହାତ ଏଯାଏଁ ଖାଲି। ହତ୍ୟାକାଣ୍ଡ ପରେ ସେହି ଗ୍ରାମର ବିଜୟ ସାହୁଙ୍କୁ ସନ୍ଦେହରେ ନେଇ ପଚରାଉଚରା କରୁଥିବା ଜଣାପଡିଛି। ଏତେଦିନ ବିତିଯାଇଥିଲେ ମଧ୍ୟ କୋଦଳା ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେବାରୁ ମୃତକ ବିଜୟଲକ୍ଷ୍ମୀଙ୍କ ସ୍ଵାମୀ ବିଶ୍ଵନାଥ, ପୁଅ ଦିପକ, ଝିଅ ଜ୍ୟୋତିମର୍ୟୀ ଛତ୍ରପୁର ଠାରେ ଏସପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ।ଇତି ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ