ବିଜୟ କେତନର ବାର୍ଷିକ ଉତ୍ସବ : ସର୍ବଦା ଖବର କାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଯୁଗସହ ତାଳଦେଇ ଗଣମାଧ୍ୟମ ସମାଜର ସାମଗ୍ରୀକ ବିକାଶରେ କର୍ଣ୍ଣଧାର ସାଜିଛି । ଅତୀତରୁ ଅଦ୍ୟାବଧି ଛାପା ଗଣମାଧ୍ୟମ ବହୁ ଚାଲେଞ୍ଜର ସମ୍ମୁଖୀନ ହେବାସତ୍ତ୍ୱେ ସରକାରୀ ଯୋଜନାସମୂହକୁ ଲୋକଙ୍କ ନିକଟରେ ପହଞ୍ଚାଇବା ରେ ପ୍ରମୁଖ ଭୂମିକା ନେଇଛି । ଘୋରଇକରଣ କର୍ପୋରେଟ ଯୁଗରେ ମିଡ଼ିଆ ର ସ୍ୱରୂପ ପରିଭାଷା ବଦଳିଥିଲେ ମଧ୍ୟ ଖବକାଗଜ ତା’ର ସ୍ୱତନ୍ତ୍ରତା ବଜାୟ ରହିଛି। ଆଗକୁ ସାଂପ୍ରତିକ ସମୟରେ ଖବକାଗଜର ଉଜ୍ଜଳ ଭବିଷ୍ୟତ ରହିଛି ଏଣୁ ନିରପେକ୍ଷତା ବଜାୟ ସହ କଳା ସଂସ୍କୃତି ଜନସମାସ୍ୟା କୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ପୋଡ଼ାମାରି ସ୍ଥିତ ବିଜୟ କେତନ ର ୬ ଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ଅତିଥି ମାନେ ପ୍ରକାଶ କରିଛନ୍ତି । ସାଂପ୍ରତିକ ସ୍ଥିତି ଓ ଖବର କାଗଜ ର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ବିଜୟକେତନ ପ୍ରତିଷ୍ଠାତା ବିଜୟ କୁମାର ପାଢୀଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଅନୁପମ ଭାରତ ର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉଦଘାଟନ କରିଥିଲେ। ସେନା କର୍ଣ୍ଣେଲ ଦେବେନ୍ଦ୍ର ନାଥ ରଥ ଉଚ୍ଚଶିକ୍ଷା ବିଭାଗ ପ୍ରାକ୍ତନ ନିର୍ଦ୍ଦେଶକ ଡଃ କୈଳାଶ ଚନ୍ଦ୍ର ତ୍ରିପାଠୀ ବହୁମୁଖି ସମାଜ ମଙ୍ଗଳ ସଭାପତି କୃଷ୍ଣଚନ୍ଦ୍ର ଦାଶ ଉତ୍ପାଦନ ବିଭାଗ ଅଧିକାରୀ ରବି ନାରାୟଣ ତ୍ରୀପାଠୀ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ମିଶ୍ର ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖବର କାଗଜ ର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ ସ୍ବାଗତ ସମ୍ଭାଷଣ ସହ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।