ବିଞପ୍ତି ପ୍ରକାଶନ ପରେ ଅଭିଭାବକ ଚିନ୍ତାରେ

ହିଂଜିଳିକାଟୁ, (ଶେଷଦେବ ସାହୁ): ୨୦୧୯ – ୨୦୨୦ ଶିକ୍ଷାବର୍ଷ ଆରମ୍ଭ ହୋଇ ଦୁଇ ମାସ ଅତିକ୍ରାନ୍ତ ହୋଇସାରିଥିବା ବେଳେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ସରକାରୀ ଭିତିଭୂମି ନଥାଇ କୋଲିଥିବା କେତେକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷାବେପାରୀ କର୍ତୁପକ୍ଷ କିଭଳି ନିଜର ବିଦ୍ୟାଳୟରେ ଅଧିକରୁ ଅଧିକ ଶିକ୍ଷାର୍ଥୀ ନାମ ଲେଖାଇ ପାରିବେ, ତାହାକୁ ଦୃଷ୍ଟିରେ ରଖି ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ୮୦ ରୁ ଉର୍ଦ୍ଧ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ସେଥି ମଧ୍ୟରୁ ସରକାରୀ ଭାବେ ୧୪ ଟି ଘରୋଇ ଶିକ୍ଷାନୁଷ୍ଠାନ ପଂଜିକରଣ କରାଯାଇଥିବା ଜଣାପଡ଼ିଛି । ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଚିଠି ସଂଖ୍ୟା – ୭୦୯୩/୦୪-୦୬-୨୦୧୯ ପ୍ରକାରେ ହିଂଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ୧୪ ଟି ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷାବର୍ଷ ୨୦୧୭-୧୮ ଶିକ୍ଷାବର୍ଷ ଠାରୁ ୨୦୨୧-୨୨ ଏବଂ ୨୦୧୮-୧୯ ଠାରୁ ୨୦୨୨-୨୩ ଶିକ୍ଷାବର୍ଷ ପର୍ଯ୍ୟନ୍ତ ସରକାରଙ୍କ ସିଓଆର ( ସାର୍ଟିଫିକେଟ ଅଫ୍ ରେକୋକନାଇସନ) ଥାଇ ପରିଚାଳିତ ହେଉଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରାୟ ୬ ହଜାରରୁ ଉଦ୍ଧ୍ୱର୍ ଘରୋଇ ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ ମାତ୍ର ୨୯୧ ଟି ଘରୋଇ ବିଦ୍ୟାଳୟ ସରକାରଙ୍କଠାରୁ ଏନଓସି ପାଇଛନ୍ତି । ବିନା ଏନଓସିରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ପରିଚାଳିତ ହୋଇ ଆସୁଥିବା କେତେକ ଘରୋଇ ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଠାରୁ ଆରମ୍ଭ କରି ବହୁବିଧ କାର୍ଯ୍ୟକ୍ରମରେ ବହୁ ରାଜନେତା, ପ୍ରଶାସନିକ ଅଧିକାରୀ ଯୋଗଦେଇ ଉକ୍ତ ଏନଓସି ବିହୀନ ଶିକ୍ଷାନୁଷ୍ଠାନର ଗୁଣଗାନ କରିବା ଘଟଣାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି । ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଥିବା ଏନଓସି ବିହୀନ ବେସରକାରୀ ଶିକ୍ଷାନୁଷ୍ଠାନର କର୍ତୁପକ୍ଷଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଶିକ୍ଷା ନାମରେ ବେପାର କୋଲି କେତେକ ବେସରକାରୀ ବିଦ୍ୟାଳୟ କର୍ତୁପକ୍ଷ ମାଲେମାଲ ହେଉଥିବା ବେଳେ ବିଭିନ୍ନ ସମୟରେ ଅଭିଭାବକ ମାନେ ଶୋଷଣ ହେଉଥିବା ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ପ୍ରଶାସନର ନିରବତାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ସରକାରୀ ଗାଇଡ଼ ଲାଇନକୁ କୋଲାଖୋଲି ଭାବେ ଉଲଙ୍ଘନ କରି ବିନା ଏନଓସିରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେଦିନକୁ ଦିନ ଘରୋଇ ଶିକ୍ଷାନୁଷ୍ଠାନ ଖୋଲି ଚାଲିଥିଲେ ମଧ୍ୟ ସେଗୁଡ଼ିକୁ ବନ୍ଦ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବୁଦ୍ଧଜୀବି ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆବଶ୍ୟକୀୟ ଭିତିଭୂମି, ଲାଇବ୍ରେରୀ, ନିଜସ୍ୱ ଶ୍ରେଣୀଗୃହ, ତାଲିମପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ରୋଷେଇଘର, ଟଏଲଟ ବ୍ୟବସ୍ଥା, ର‌୍ୟାମ୍ପ, ଖେଳପଡ଼ିଆ, ପାନୀୟଜଳର ବ୍ୟବସ୍ଥା, ପାଚେରୀ ଇତ୍ୟାଦ ରହିଥିବାର ନିୟମ ରହିଛି । ସରକାରୀ ଗାଇଡ଼ ଲାଇନ ନଥିବା ଯୋଗୁୂଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି । ସରକାରୀ ବିଦ୍ୟାଳୟ ଗୁଡ଼ିକ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବା ସକାଶେ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ରାଜକୋଷରୁ ପ୍ରତ୍ୟେକ ଆର୍ଥୀକ ବର୍ଷରେ କୋଟ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିଲେ ମଧ୍ୟ ସରକାରୀ ବିଦ୍ୟାଳୟ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ପରିଚାଳିତ ହେଉଥିବା ସରକାରୀ ଶିକ୍ଷାନୁଷ୍ଠାନର ବହୁ ଶିକ୍ଷକ, ଶଷିୟତ୍ରୀଙ୍କ ସନ୍ତାନ ମାନେ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ଜଣାପଡ଼ିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ବିନା ଏନଓସିରେ ଚାଲିଥିବା କେତେକ ଘରୋଇ ଶିକ୍ଷାନୁଷ୍ଠାନର କର୍ତୁପକ୍ଷ ନିଜ ଶିକ୍ଷାନୁଷ୍ଠାନର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯାନବାହାନ ଠାରୁ ଆରମ୍ଭ କରି ପୌରାଂଚଳର ବିଭିନ୍ନସାହି ବସ୍ତି ସମେତ ଗ୍ରାମାଂଚଳ ଗୁଡ଼ିକରେ ବ୍ୟାନର ପୋଷ୍ଟର ଲଗାଉଥିଲେ ମଧ୍ୟ ପ୍ରଶାସନର ନଜରକୁ କିପରି ଆସୁନାହିଁ ତାହା ସାଧାରଣ ଜନତାଙ୍କୁ ହତଚକିତ କରୁଥିବା ଲକ୍ଷ୍ୟ କରାଯାଉଛି । ଶିକ୍ଷାକୁ ବ୍ୟବସାୟୀକରଣ କରି ସ୍ପଷ୍ଟ ଦିବାଲୋକରେ ଅଭିଭାବକଙ୍କ ଆଖିରେ ଆଙ୍ଗୁଠି ଗେଂଜି କେତେକ ବେସରକାରୀ ଶିକ୍ଷାନୁଷ୍ଠାନ କର୍ତୁପକ୍ଷ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ଶିକ୍ଷା ବିଭାଗ କର୍ତୁପକ୍ଷଙ୍କ ଏନଓସି ବିହୀନ ବିଦ୍ୟାଳୟ ପ୍ରୀତି ହିଁ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ବିପଦ ସୃଷ୍ଟି କରୁଛି । ଯାହା ଫଳରେ ବିଗତ କିଛି ମାସ ମଧ୍ୟରେ ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରସ୍ଥ କେତେକ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ତାଲା ଝୁଲିବାକୁ ବସିଲାଣି । ଏନଓସି ପାେଇନଥିବା ବିଦ୍ୟାଳୟ ଗୁଡ଼ିକରେ ପଢୁଥିବା ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଆଶଙ୍କା ଭିତରେ ରହିଛି । ସିଓଆର ନଥିଲେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଗରିମନା ବାବଦକୁ ଗଣିବେ ଲକ୍ଷେ ଟଙ୍କା । ଦୀର୍ଘ ବର୍ଷ ତଳେ ଏଭଳି ଗାଇଡ଼ ଲାଇନ ଜାରୀ କରିଥିଲେ ସରକାର । ଏହା ବାଦ କୌଣସି ନିୟମକୁ ଉଲଙ୍ଘନ କଲେ ଦିନକୁ ୧୦ ହଜାର ଟଙ୍କା ଜୋରିମାନା ଦେବାର ନିୟମ ରହିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ମାଳମାଳ ବିନା ସିଓଆର ଏବଂ ନୋ ଅବଜେକସନ ସାର୍ଟିଫିକେଟ ନଥିବା ବିଦ୍ୟାଳୟ ଚାଳିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ତଥା ଭିଜିଲାନ୍ସ ବିଭାଗ ଓ ପୁଲିସ ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ବିନା ଏନଓସିରେ ଚାଲିଥିବା ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ସାଙ୍ଗକୁ ଅଧିକ ଲାଭ ପାଇବା ଆଶରେ ସରକାରଙ୍କ ନୀତି ନିୟମକୁ ଉଲଙ୍ଘନ କରି ଚଲାଉଥିବା ଘରୋଇ ବିଦ୍ୟାଳୟ କର୍ତୁପକ୍ଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦୃଢ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ