ଆଲପୁର ଉଚ୍ଚ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ
ହିଂଜିଳିକାଟୁ, ୯ା୬ (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଆଲପୁର ଉଚ୍ଚ ବିଦ୍ୟାଳୟକୁ ପ୍ରକୃତିମୀତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଜୁନ୫ ତାରିଖ ବିଶ୍ୱ ପରିବେଷ ଦିବସ ଅବସରରେ ରାଜଧାନୀ ଭୂବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅବସରରେ ସଂପୃକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାଶ ପତି ଦାଶ ଉପସ୍ଥିତ ରହି ଜଙ୍ଗଲ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆୟୋଜିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଜଙ୍ଗଲ ଓ ପରିବେଷ ବିଭାଗୀୟ ସଚିବ ସୁରେଶ ଚନ୍ଦ୍ର ମହାପତ୍ର, ଅତିରିକ୍ତ ସଚିବ, ସି.ଇ.ଏସ. ନିର୍ଦ୍ଦେଶକ ଆଶୁତୋଷ ଦେବତା ପ୍ରମୁଖ ମଂଚାସୀନ ଥିଲେ । ସଂପୃକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସର ସମେତ ନିକଟସ୍ଥ ଗ୍ରାମରେ ପଲିଥିନ୍ ମୁକ୍ତ ଭାରତ, ସ୍ୱଛ ଭାରତ ଅଭିଯାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ହାତକୁ ନେବା ସହ ଜନସଚେତନତା ସୃଷ୍ଟି କରିଥିବା ଯୋଗୁଁ ଉକ୍ତ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା । ଆଲପୁର ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ବୃନ୍ଦ, ପରିଚାଳନା କମିଟି ଓ ଗ୍ରାମବାସୀ, ଶିକ୍ଷକ ଶ୍ରୀ ଦାଶଙ୍କୁ ଅଭିନ୍ଦନ ଜଣାଇଛନ୍ତି । ।


