ବିଡ଼ିଓଙ୍କୁ ଦାବିପତ୍ର ଦେଲେ ଋଷିକୂଲ୍ୟା ରୟତ ମହାସଭା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ବିଡ଼ିଓଙ୍କୁ ଅଞ୍ଚଳର ଚାଷୀଙ୍କ ସମସ୍ୟା ନେଇ ଋଷିକୂଲ୍ୟା ରୟତ ମହାସଭା ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ଦାବିପତ୍ର ଦେବାସହ ଆଲୋଚନା କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ସୋସାଇଟି ଓ ମହିଳା ଗୃପ ଦୈନିକ ପାଞ୍ଚ ଶହ କୁଇଣ୍ଟାଲ ଧାନ କ୍ରୟ କରିବା, ଟୋକେନ୍ ସମୟ ଅତିକ୍ରମ ହେଲେ ସମ୍ପୃକ୍ତ ଅଧିକାରୀମାନେ ଦାୟୀ ରହିବେ, କେତକ ସୋସାଇଟି ଓ ମହିଳା ଗୃପ ଚାଷୀମାନଙ୍କୁ ମିଲକୁ ନେଇ ଧାନ ଦେବାପାଇଁ କହୁଥିବା ଦୃଷ୍ଟିରୁ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଧାନ କ୍ରୟ କେନ୍ଦ୍ର ଖୋଲିବା, ଚାଷୀଙ୍କ ଅଖା ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦିଆଯାଉ, ଏଫ.ଏ.କିୟୁ. ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରିବା ବନ୍ଦ କରାଯାଉ, ପ୍ରତି ଗ୍ରାମରେ କୃଷକ କମିଟି ଗଠନ କରି ଧାନ କ୍ରୟ କରାଯାଉ, ଧାନ କ୍ରୟରେ ସ୍ୱଚ୍ଛତା ଅଣାଯାଉ, ପ୍ରଭୃତି ଦାବିପତ୍ର ଋଷିକୁଲ୍ୟା ରୟତ ମହାସଭାର ପକ୍ଷରୁ ସୀମାଞ୍ଚଳ ନାହାକ, ସତ୍ୟବାନ ପ୍ରଧାନ, ନାରାୟଣ ପ୍ରଧାନ, ବନମାଳୀ ସାହୁ, ରଘୁନାଥ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ