ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପିତାନାଉ ଗ୍ରାମବାସୀମାନେ ସେମାନଙ୍କ ବିଭିନ୍ନ ସମସ୍ୟାନେଇ ହାଟଡିହି ବ୍ଲକର ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପିତାନାଉ ଗ୍ରାମରେ ୧୫ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ପିତାନାଉ ଗ୍ରାମକୁ କୌଣସି ରାସ୍ତାଘାଟର ସୁବିଧା ନାହିଁ । ଯେଉଁ ଗୋଟିଏବି ପାଦଚଲା ମୋରମ ରାସ୍ତା ଅଛି ସେଥିରେୁ ବନବିଭାଗ ପକ୍ଷରୁ ଟ୍ରେଞ୍ଚ ଖୋଳିଦେଇଥିବାରୁ ଓ ରାସ୍ତାଟିକୁ ମରାମତି କରାଯାଉ ନଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଡାକ୍ତରଖାନା ଯିବାକୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାବେଳେ ଆମ୍ବୁଲାନଟିଏ ମଧ୍ୟ ଏହି ରାସ୍ତାରେ ଯାଇପାରୁ ନାହିଁ । ଯାହାଦ୍ୱାରାକି ଗର୍ଭବତୀ ପ୍ରସୁତି ମାନେ ନାହିଁ ନଥିବା ହଇରାଣ ଭୋଗ କରୁଛନ୍ତି । ସେହିପରି ପିତାଉ ସ୍କୁଲରେ ପ୍ରଥମରୁ ୭ମ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ôତବାବେଳେ ମାତ୍ର ଦୁଇଜଣ ଶିକ୍ଷକ ଥିବାରୁ ପାଠ ପଢ଼ା ଠିକ୍ଭାବେ ହୋଇପାରୁନି । ସେହିପରି ପିତାନାଉ ଗ୍ରାମରେ ୪ଟି ସାହି ଥିବାବେଳେ ସାହି ଭିତରକୁ ରାସ୍ତା ନଥିବାରୁ ବର୍ଷାଦିନେ ଲୋକମାନେ ଘରୁ ବାହାରକୁ ବାହାରିପାରୁ ନାହାନ୍ତି । ପିତାନାଉ ଓ ଜୁଣପସି ଗ୍ରାମବାସୀଙ୍କ ନାମ ଏସଇସିସି ତାଲିକାରେ ଉଳେଖ ଥିଲେବି ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀ ଆବସ ଓ ବିଜୁପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ରବିନ୍ଦ୍ର ଦଣ୍ଡପାଟ, ମାୟାଧର ସେନାପତି, ବିଜୟ କୁମାର ପ୍ରଧାନ, ଦୁଖଃବନ୍ଧୁ ଖଟୁଆ, ବୁଧଦେବ ଖଟୁଆ, ଯଦୁମଣି ଦାସ, ବଳଭଦ୍ର ନାଇକ, ବିଭିସଣ ବିନିସିଆ, ମିଶ୍ରଦେବ ବେହେରା, ମହେନ୍ଦ୍ର ବିନିସିଆ, ଶଙ୍କର୍ଷଣ ବିନିସିଆ, ହରିହର ପଇଦା ପ୍ରମୁଖ ଦାବି କରିଛନ୍ତି । ଗ୍ରାମବାସୀମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ବିଡିଓ ସୁଶାନ୍ତ କୁମାର ବାରିକ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।