ଯୁବତୀକୁ ଫୋନ କରି ଛେଚା ଖାଇଲେ ଯୁବକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନନ୍ଦିପଦା ଥାନା ଅଧିନସ୍ଥ ଅଣାଛକରେ ଜଣେ ଯୁବକ ଅଶ୍ଳିଳ ଭାଷାରେ ଫୋନ କରିବାରୁ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଅଣାଛକରେ ଏକ ଦୋକାନ କରିôତବା ଜଣେ ଯୁବକ ହାଟଡିହିର ଜଣେ ଯୁବତୀକୁ ଫୋନରେ ଖରାପ କଥା କହୁଥିଲା । ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ଅଣାଛକରେ ପହଞ୍ଚି ସଂପୃକ୍ତ ଯୁବକକୁ ପଚାରିବା ସହ ନିର୍ଦ୍ଧୁମ ଛେଚିଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ