ବିଡିଓଙ୍କୁ ସ୍ୱାଗତ ଜଣାଇଲେ ବ୍ଲକ ଉପାଧ୍ୟକ୍ଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ନୁତନ ବିଡିଓ ଭାବେ ଯୋଗଦେଇଥିବା ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ସ୍ୱାଗତ ଜଣାଇଛନ୍ତି । ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଉତ ଆଜି ଅପରାହ୍ନରେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ସୌଜନ୍ୟ ମୁଳକ ସାକ୍ଷାତ କରି ବ୍ଲକର ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକ କିପରି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା କରିଥିଲେ । ସେହିପରି ଆଜି ମିଶନ ଶକ୍ତିର ମହିଳା ମାନେ ମଧ୍ୟ ନୁତନ ବିଡିସଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ବ୍ଲକରେ କାର୍ଯ୍ୟରତ ବିଏଫଟି କର୍ମଚାରୀ ମାନେ ମଧ୍ୟ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।


