ବିଡିଓଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ମାଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମୋ ଝିଅ ନାଁ ରେ ଆସିଥିଲା ଆବାସ ଯୋଜନା l ତାକୁ ଜାଣିଶୁଣି କାଟି ଦେଇଛନ୍ତି l ସେଥିରେ ସାମିଲ ନ କଲେ ବ୍ଲକ କାର୍ଯ୍ଯାଳୟ ଆଗରେ ମୋର ପିଲା ମାନଙ୍କୁ ନିଅଁl ଲଗାଇ ପୋଡି ମାରିଦେବି , ସେଥିପାଇଁ ବିଡିଓ ନିଜେ ଦାୟୀ ରହିବେ l ଘରକୁ ଆସି ଦେଖିକି ଫୋଟ ଉଠାଇ ଆଣି ପରେ ଆବାସ ଯୋଜନା ତାଲିକାରୁ ମୋର ଭିନ୍ନକ୍ଷମ ଝିଅର ନାମ କାଟି ଦେଇଛନ୍ତି l ମୋ ପିଲା କୁ ଘର ଦେବି ବୋଲି ପ୍ରତିଶୃତି ନଦେବା ଯାଏ ଆମେ ଏଠି ଏମିତି ବସି ରହିବୁ ବୋଲି ବ୍ଲକ କାର୍ଯ୍ୟାଳୟ ଆଗରେ ଚିତ୍କାର କରି କହୁଥିଲେ ଦୁଇ ଭିନ୍ନକ୍ଷମଙ୍କ ମାଆ ମଗଦଲିନି ନାୟକ lପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଥିବା ଦୁଇ ଭିନ୍ନକ୍ଷମ ପୁଅ ଝିଅଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ମାଆ । ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇବା ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ନାରାୟଣପୁର ଗ୍ରାମର ମଗଦଲିନି ନାୟକ ଅଭିଯୋଗ କରିଛନ୍ତି l ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧିନ ନାରାୟଣପୁର ଗ୍ରାମର ମଗଦଲିନି ନାୟକ ଙ୍କ ଦୁଇ ଭିନ୍ନକ୍ଷମ ପୁଅ ଝିଅ ଅଛନ୍ତି l ପୁଅ ସବିତ ନାୟକ (38) , ଝିଅ ଛବିଦିନି ନାୟକ (45) ଉଭୟେ ଭିନ୍ନକ୍ଷମ ଅଟନ୍ତି l ଛବିଦିନି ନାୟକଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ବେଳେ ସେଥିରୁ ଛବିଦିନି ଙ୍କ ନାମ କାଟିଦିଆଯାଇଥିବା ଅଭିଯୋଗ କରିଛନ୍ତି ମାଆ ମଗଦଲିନି l ଯାହାଫଳରେ ସେ ଆବାସ ଯୋଜନା ତାଲିକାରୁ ବାଦ୍ ପଡ଼ିଛନ୍ତି l ପୁଅ, ଝିଅ ଦୁଇଜଣ ଯାକ ଠିକ ଭାବରେ କଥା କହିପାରୁ ନାହାନ୍ତି କିମ୍ବା ଚାଲି ପାରୁନଥିବାବେଳେ ଏହି ଭଳି ଲୋକଙ୍କ ନାମ ଆବାସ ଯୋଜନା ତାଲିକାରୁ ବାଦ ଦିଆଯାଇଥିବା ବିଷୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଏଥି ନିମନ୍ତେ ଛବିଦିନିଙ୍କ ମାଆ ମଗଦଲିନି ନାୟକ ବିଡିଓଙ୍କୁ ଭେଟି ଉକ୍ତ ବିଷୟ ନେଇ ଅବଗତ କରାଇଥିଲେ ମଧ୍ଯ କୌଣସି ସୁଫଳ ମିଳିଲା ନାହିଁ l ମଗଦଲିନି ନାୟକ ବାଧ୍ୟହୋଇ ଦୁଇ ଭିନ୍ନକ୍ଷମ ପୁଅ ଝିଅ ଙ୍କୁ ଧରି ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଧାରଣାରେ ବସିଥିଲେ l ଫଳରେ ବିଡିଓ ପହଂଚି ବୁଝାସୁଝା କରିବା ପରେ ସେ ଧାରଣା ରୁ ଓହରିଥିବା ଜଣାପଡ଼ିଛି I ଏ ନେଇ ବିଡିଓ ସୁଧୀର କୁମାର ସିଂଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଆବାସ ଯୋଜନାରେ ଏକ ଟିମ୍ ଗଠନ ହୋଇ ତଦନ୍ତ ପାଇଁ ଯାଇଥିଲେ l ସେତେବେଳେ ମୁଁ ନଥିଲି ଏବିଡିଓ ସେ ଟିମ୍ ରେ ଥିଲେ, ତଦନ୍ତ ବେଳେ ତାଙ୍କର ଯାହା ରିପୋର୍ଟ ଆସିଛି ସେ ରିପୋର୍ଟ ବଳରେ ତାଙ୍କ ନାଁ କଟିଥିବ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ