ବିଡିଓଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟ ତଦାରଖ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଡିଓ ତଥା ଭାରପ୍ରାପ୍ତ ତସହିଲଦାର ରେବେକା ବିଲୁଙ୍ଗ ବନ୍ତ ବ୍ଲକର କାଦବରାଙ୍ଗ, ବଡମହିଷଗୋଠ, ବଡବର୍ଚ୍ଚିକୟାଁ, ଅଣିଜୋ ଆଦି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବଡବର୍ଚ୍ଚିକୟାଁ ପଞ୍ଚାୟତର କୁସୁନନଗର, ରାଉତରାଗଢିଆ, ବିଶଲକଣା, ଅଣିଜୋ ପଞ୍ଚାୟତର ରାଜନଗର ମଙ୍ଗଳପୁର, ଅଣିଜୋ, ନରିପୁର, ବିରିଡି, ଯଶୋବନ୍ତପୁର, ବଡମହିଷଗୋଠ ପଞ୍ଚାୟତର ବଡମହିଷଗୋଠ, କୁଆଁଶମଢିଆ ଓ କାଦବରାଙ୍ଗ ଆଦି ଗ୍ରାମ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ । ବଡବର୍ଚ୍ଚିକୟାଁ ପଞ୍ଚାୟତର ବିଶଲକଣା ପ୍ରାଥମିକ ବିଦ୍ୟାଳୟର ଜମି ପରିସୀମା ବିବାଦର ଆପୋଷ ସମାଧାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗରପଡା ଆଇଆଇସି ସୁକାନ୍ତୀ କେରେଇ, ରାଜସ୍ୱ ନିରୀକ୍ଷକ ଦୀପ୍ତିରେଖା ସ୍ୱାଇଁ, ସରପଞ୍ଚ ବିଷ୍ଣୁ ମୋହନ ଜେନା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ନାଏବ ସରପଞ୍ଚ ସନ୍ଧ୍ୟାରାଣୀ ମହାନ୍ତି, ପ୍ରଧାନଶିକ୍ଷୟିତ୍ରୀ ଚମ୍ପାବତୀ ଜେନା, ବ୍ୟକ୍ତିଗତ ଜମିର ମାଲିକ ସନାତନ ଖିଲାର, ସୁରେଶ ଖିଲାରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ, ସଭ୍ୟସଭ୍ୟା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଉଭୟ ପକ୍ଷଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସୀମା ଓ ବ୍ୟକ୍ତିଗତ ଜମି ବିବାଦର ଆପୋଷ ସମାଧାନ ପାଇଁ ପଥ ପରିଷ୍କାର ହୋଇଥିଲା । ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ବୀର କିଶୋର ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ