ବିଡିସିଡିଏ କାର୍ଯ୍ୟକାରିଣୀ ନିର୍ବାଚନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏସୋସିଏସନ ଦ୍ୱାରା ସ୍ୱିକୃତିପ୍ରାପ୍ତ ବାଲେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏସୋସିଏସନର (ବିଡିସିଡିଏ)ର ୨୦୨୨- ୨୦୨୫ କାର୍ଯ୍ୟକାରିଣୀ ପାଇଁ ଟାଉନ ଓ ସହଦେବଖୁଣ୍ଟା ଜୋନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କାଳୀଦାସପୁର ସ୍ଥିତ ସଂଗଠନ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲାଇଜୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ନିର୍ବାଚନ ପରିଚାଳନାରେ ସେକ୍ ଅକତର୍ ଅଲୀ, ସନ୍ଦୀପ ସାମନ୍ତରାୟ ସହଯୋଗ କରିଥିଲେ । ସକାଳ ୯ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ପର୍ଯ୍ୟନ୍ତ ଚାଲିଥିଲା । ଏହି ଭୋଟ ପ୍ରକ୍ରିୟାରେ ଟାଉନ ଓ ସହଦେବଖୁଣ୍ଟା ଜୋନର ଲାଇଫ ମେମ୍ବରମାନେ ଭୋଟ ଦେଇଥିଲେ । ସହଦେବଖୁଣ୍ଟା ଜୋନରୁ ସର୍ବମୋଟ ୮୩ ଓ ଟାଉନ ଜୋନରୁ ୧୩୭ଜଣ ମତଦାନ କରିଥିଲେ । ସହଦେବଖୁଣ୍ଟା ଜୋନରୁ ପାଞ୍ଚଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସିଦ୍ଧାର୍ଥ ସାରଥି ଦାସ, ସୁଦୀପ୍ ଚକ୍ରବର୍ତ୍ତୀ, ଦେବୀ ପ୍ରସନ୍ନ ପରିଡା ଓ ଅଶୋକ ନନ୍ଦ ବିଜୟୀ ହୋଇଥିବା ବଳେ ଓ ଟାଉନ ଜୋନରୁ ଦଶଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଆଠ ଜଣ ଯଥା- ସମୀର ଜଟାନିଆ, ନୀରଜ ପଦାର, ମମତା ପଦାର, ଅରୁଣ ଖଣ୍ଡେଲୱାଲ, ବିକ୍ରମଜିତ୍ କର, ମନୋଜ ଦାସ, ସନ୍ଦୀପ ସାମନ୍ତରାୟ, ଓ ଲାଇଜୁ ମିଶ୍ର ବିଜୟୀ ହେଇଥିଲେ । ବିଜୟୀ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ସଂଘ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଅବାଧ ଓ ନିରପେକ୍ଷ ମତଦାନ ତଥା ଶାନ୍ତି ଶୃଙ୍ଖଳା ପାଇଁ ଜିଲା ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।